ମୁଖ୍ୟ ଖବର ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ Angul OnlineNovember 3, 2022November 3, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ବନ ବିଭାଗର କର୍ମଚାରୀ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲା , ନାଲକୋ , କୁଲାଡ଼ ଓ ତାର ଆଖପାଖ ଅଞ୍ଚଳରେ ହାତୀ ପଲ ବୁଲାବୁଲି କରି ଆସୁଛନ୍ତି । ଏହି ହାତୀପଲ କୁ ଜଗିବା ପାଇଁ ବନ ବିଭାଗର କିଛି କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ କୁଲାଡ଼ ଗାଁ ନିକଟରେ ହାତୀପଲ ଥିବା ବେଳେ ବନ ବିଭାଗ କର୍ମଚାରୀ ହାତୀ ପଲକୁ ଘଉଡାଇବା ପାଇଁ ସେଠାରେ ଥିଲେ । ତେବେ ହଠାତ ଏକ ହାତୀ ଜଣେ ଫରେଷ୍ଟ ଗାର୍ଡ ଶରତ ଘଡେଇଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଶରତଙ୍କ ଘର ତାଳଚେର ଜନ୍ଦାବାହାଳ ବୋଲି ସୂଚନା ମିଳିଛି । Advertisement
ସୋମବାର ତାଳଚେର ବନ୍ଦ ତାଳଚେର – ଆସନ୍ତା କାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ । ଗଡିବ ନାହିଁ ଗାଡି ମୋଟର । ଏହା ସହ ପିକେଟିଂ କରି ଦୋକା ବଜାର…
ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ୧୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଜୋରିମନା ଅନୁଗୁଳ – ଅନୁଗୁଳ ସହରରେ ଚାଲିଥିବା ପୂଜା ମାହୋଲ ପୂର୍ବରୁ ନୂତନ ଏସ୍.ପି. ରାହୁଲ ଜୈନ ଯୋଗଦାନ କରିବା ପରେ ଅନୁଗୁଳ ପୁଲିସ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ…
ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ ….. ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି…