ଅପରାଧ ବାଘ ଶିକାର କରି ଚାରି ଗିରଫ Angul OnlineNovember 7, 2022November 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଥିବାବେଳେ, ଆଜି ଜିଲ୍ଲାର ଆଠମଲ୍ଲିକ ଡିଭିଜନରେ ଆଉ ଏକ କଲରାପତରିଆର ମୃତ୍ୟୁ ହୋଇଛି । ବାଘକୁ ମାରି ଚମଡା ଓ ଦାନ୍ତ ନେବାକୁ ଚେଷ୍ଟା କରୁଥିଲେ ଶିକାରୀ । ତେବେ ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ୪ ଜଣକୁ ଗିରଫ କରିଛି । ଆଠମଲ୍ଲିକ ଡିଭିଜନର ବାମୁରୁ ରେଞ୍ଜ, ଫୁଲଝରି ଜଙ୍ଗଲରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ଫୁଲଝରି ଖେସରା ଜଙ୍ଗଲରେ କିଛି ଶିକାରୀ ବାରହା ଶିକାର କରିବା ପାଇଁ ବିଦ୍ୟୁତ ଜାଲ ବିଛାଇଥିଲେ । ତେବେ ଏହି ବିଦୁତତାର ସଂସ୍ପର୍ଶ ରେ ଆସି ଏକ ଅଣ୍ଡିରା କଲରାପତରିଆ ବାଘ ଛୁଆର ମୃତ୍ୟୁ ହେଇଥିଲା ।ଫୁଲଝରି ଗ୍ରାମର ଶିକରୀ କଲରାପତରିଆ ବାଘର ଛାଲକୁ ବାହାର କରିନେଇ ବାକି ଅଂଶକୁ ଜଙ୍ଗଲ ଭିତରେ ଫିଙ୍ଗିଦେଇ ଥିଲେ । ଆଜି ଗାଁରେ କିଛି ଲୋକଙ୍କ ଠାରୁ ରେଞ୍ଜର ଖବର ପାଇ ଘଟଣାର ତଦନ୍ତ କରି ଚାରିଜଣକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୟା ମିର୍ଧା , ରଞ୍ଜିତ ବେହେରା , ବବି ନାୟକ ଓ ଘନଶ୍ୟାମ ନାୟକ । ଏଠାରେ ସୂଚନା ଯୋଗ୍ୟ ଯେ , ଗତ ସପ୍ତାହରେ କୁଲାଙ୍ଗୀ ଗାଁ ନିକଟରୁ ଗୋଟିଏ କଲରାପତରିଆ ବାଘ ଓ ଛୁଆର ମୃତଦେହ ଠାବ କରାଯାଇଥିଲା । ଶିକାରୀ ଫାସରେ ପଡି ଦୁଇଟି ଯାକ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ସେହିପରି ଗତ ଜାନୁଆରୀ ମାସରେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଗାଁ ନିକଟରେ ଏକ କଲରାପତରିଆ ବାଘ ଶିକାରୀ ଫାସରେ ପଡି ଛଟପଟ ହେଉଥିବା ବେଳେ ବନ ବିଭାଗ ଉଦ୍ଧାର କରିଥିଲା । Advertisement
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…
୬ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଛଡାଉ କରି ୬୦ ଗ୍ରାମ…
ମହିଳା ବ୍ଯବସୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ଅନୁଗୋଳ – ଅନୁଗୋଳ ସହରରେ ଲୁଟ୍ , ଛିନତାଇର ଆତଙ୍କ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ଏଭଳି…