ରାଜନୀତି ଆପର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ Angul OnlineNovember 29, 2022November 29, 2022 ଅନୁଗୁଳ – ଆମ୍ ଆଦ୍ମୀ ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ୍ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆବାହାଳ ନିଶିକାନ୍ତ ମହାପାତ୍ର ବୈଠକରେ ଯୋଗ ଦେଇ କର୍ମକର୍ତ୍ତାଙ୍କ କାର୍ଯ୍ୟର ମୂଲ୍ୟାୟନ କରିଛନ୍ତି । ତୃଣମୂଳ ସ୍ତରରେ ସଙ୍ଗଠନ ଗଠିବା ସହ ହାତମୁଠାକୁ ମଜଭୁତ କରିବାକୁ ପରାମର୍ଶ ଦେଇଛନ୍ତି । ତୃଣମୂଳ ସ୍ତରରେ ବିଜେଡି ସରକାର ବିରୁଦ୍ଧରେ ଜନ ଅସନ୍ତୋଷ ରହିଛି । ଶିକ୍ଷା , ସ୍ୱାସ୍ଥ୍ୟ , ବିଦ୍ୟୁତ୍ ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇବାକୁ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ ଦେଇଛନ୍ତି । ରାଜ୍ୟର ୧୨୨ଟି ନିର୍ବାଚନ ମଣ୍ଡଳୀରେ ଦଳର ବୈଠକ ଅନୁଷ୍ଠିତ ହୋଇସାରିଛି । ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ଦଳର ଏହା ୧୨୩ତମ ବୈଠକ । ଆଗକୁ ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ କମିଟି ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆପର ଅନୁଗୁଳ ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ପଣ୍ଡା , ଜିଲ୍ଲା ପ୍ରଭାରୀ ଅମୀୟ ପଟ୍ଟନାୟକ , ଜିଲ୍ଲା ସଙ୍ଗଠକ ସତ୍ୟବାଦୀ ନାହାକ , ସମେତ ୫୦ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ । Advertisement
ମୃଦୁଳା ଠାକୁରଙ୍କ ମା’ବାୟାଣୀ ଦର୍ଶନ ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପdaaର ଅଧିଷ୍ଠାତ୍ରୀ ଦେବୀ ମା’ବାୟାଣୀଙ୍କର ବାର୍ଷିକ ପୂଜାରେ ସମ୍ବଲପୁର ସାଂସଦ praarthii ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଧର୍ମିଣୀ ,…
ଅନୁଗୁଳରେ ବିଜେଡିର ମହିଳା ପ୍ରାର୍ଥୀ !! ଅନୁଗୁଳ – ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ସାଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି…
ଛେଣ୍ଡିପଦାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା – ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ । ଏହି…