ସମସ୍ୟା ମେଡିକାଲ କଲେଜ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲା କ୍ରିୟାନୁଷ୍ଠାନ କମିଟି Angul OnlineDecember 1, 2022December 1, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ଅନିଶ୍ଚିତତା ଭିତର ଦେଇ ଗତି କରୁଛି । ଏହି ପ୍ରସଙ୍ଗରେ ଆଜି ତାଳଚେର ମେଡିକାଲ କଲେଜର କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀ ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମେଡିକାଲ କଲେଜ ପରିଚାଳନାଙ୍କୁ ନେଇ ଆଲୋଚନା କରିଛନ୍ତି । ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି । ପୂର୍ବରୁ ଏହା ୨୦୨୨ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କୁହା ଯାଇଥିଲା । ଏଣୁ ପ୍ରକୃତରେ ଏହାର କାର୍ଯ୍ୟକ୍ଷମ ଦିନ ନେଇ ପ୍ରଶ୍ନ ଉଠିଛି । ଏଥିପାଇଁ କ୍ରିୟାନୁଷ୍ଠାନ କମିଟି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜିଲ୍ଲାପାଳ ଏ ବିଷୟରେ ମେଡିକାଲ କଲେଜ ରୋଗୀ ସେବା ଜାନୁଆରୀ ଶେଷ ସୁଦ୍ଧା ଆରମ୍ଭ ହେବା ସହିତ କଲେଜ ପାଠ୍ୟକ୍ରମ ପାଇଁ MCIର ଅନୁମତି ପାଇଁ ତ୍ୱରାନ୍ୱିତ କରାଯିବାକୁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । Advertisement
ଗୀତାଗ୍ରାମରେ ରାସ୍ତା ଓ ଡ୍ରେନ୍ ନିର୍ମାଣ ଦାବି ଅନୁଗୁଳ- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ତୁରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୀତାଗ୍ରାମରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କରିକୁ ଦାବି କରାଯାଇଛି । ଗୀତାଗ୍ରାମ ଉନ୍ନୟନ…
ପୁଅକୁ କ୍ୟାନସର – ଟଙ୍କା ମାଗିବାରୁ ଚାକିରିରୁ ତଡିଦେଲା ମାଲିକ ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ ।…
ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା…