ଅପରାଧ ଜୟ ଦୁର୍ଗା କ୍ଲବ ପଛ ପାର୍ଶ୍ଵ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineDecember 5, 2022December 5, 2022 ଅନୁଗୁଳ – ଅନୁଗୁଳ ସହର ଅମଲାପଡ଼ା ସ୍ଥିତ ଦୁର୍ଗାମଣ୍ଡପ ପଛପାର୍ଶ୍ବ ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ତୁରଙ୍ଗ ଗ୍ରାମର କୀର୍ତ୍ତନ ରାଉତଙ୍କ ୪୧ ବର୍ଷୀୟ ପୁଅ ଅମ୍ଳାନ ରାଉତ ବୋଲି ଜଣାପଡ଼ିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୁଲିସ୍ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ , ଅମଲପଡ଼ା ଦୁର୍ଗାମଣ୍ଡପ ପଛପଟ ରାସ୍ତା ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳକୁ ଜଣେ କେହି ପଡ଼ିଥିବାର ଦେଖିବାକୁ ମିଳିଥିଲା । ପାଖରେ ଏକ ମୋଟରସାଇକେଲ ମଧ୍ୟ ରହିଥିଲା । ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ କେହି ମଦ୍ୟପ ଅତ୍ୟଧିକ ମଦ ପିଇ ପଡ଼ିଥିବା ଲୋକ ସନ୍ଦେହ କରି ବାଟ କାଟି ଚାଲି ଯାଉଥିଲେ । ତେବେ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଯୁବକ ଜଣଙ୍କ ସେମିତି ପଡି ରହିଥିବାରୁ ସ୍ଥାନୀୟ ଲୋକ ସନ୍ଦେହ କରି ପୁଲିସ୍କୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଯୁବକଙ୍କ ଜଣଙ୍କ ମରି ସାରିଥିବା ଜାଣିବାକୁ ପାଇଥିଲେ । ପୁଲିସ ମୃତଦେହ ଜବତ କରି ସେଠାରେ ଥିବା ମୋଟରସାଇକେଲକୁ ଜବତ କରିଛି । ଏହା ସହ ପରିବାର ଲୋକଙ୍କୁ ଖବର ଦେଇ ତଦନ୍ତ କରୁଛି । ମୃତ ଯୁବକ ଜଣଙ୍କ ଘରେ ପାଟିତୁଣ୍ଡ ହୋଇ ତିନିଦିନ ହେଲା ଘରକୁ ଯାଇ ନଥିଲେ । ନଖାଇ ନପିଇ ଅତ୍ୟଧିକ ମଦ୍ୟପାନ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । Advertisement
ଯୁବକଙ୍କ ମୃତଦେହ ଉଦ୍ଧାର – ପଥର ଛେଚି ହତ୍ଯା ନା ଦୁର୍ଘଟଣା !! ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଜରଡ଼ା ଗାଁ ରାସ୍ତାର ଏକ ପରିତ୍ୟକ୍ତ ସ୍ଥାନରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।…
ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଅଞ୍ଚଳରେ ଏକ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମନା କରା ଯାଇଛି । ସୂଚନା ଅନୁସାରେ ଏହି…
ହାଇଜାକ ହୋଇଥିବା ମଦ ଗାଡି ଜବତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁରରେ ସରକାରୀ ମଦ ଡିପୋ ରହିଛି । ତେବେ ଉକ୍ତ ଡ଼ିପୋରୁ ମଦ ଧରି ଏକ ପିକ୍…