ଆଞ୍ଚଳିକ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ Angul OnlineDecember 6, 2022December 6, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଣ୍ଠିଗାଡ଼ିଆ ଗ୍ରାମର ଜଣେ ସାଇକେଲ ଚାଳକ ଅଜଣା ଗାଡି ଧକ୍କାରେ ମୃତ ଘଟିଛି । ସୂଚନା ଅନୁସାରେ ଗ୍ରାମର ତ୍ରିଲୋଚନ ବିଶ୍ଵାଳ ସଉଦା ପାଇଁ ଗତକାଲି କଣ୍ଟାବଣିଆ ମାର୍କେଟ ଆସି ଫେରିବା ବେଳେ ଏକ ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଚିକିତ୍ସାଳୟକୁ ନିଆ ଯାଇଥିଲା । ଗୁରୁତର ଥିବାରୁ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ଗ୍ରାମବାସୀମାନେ ଏକତ୍ରୀତ ହୋଇ ତ୍ରିଲୋଚନଙ୍କ କ୍ଷତିପୂରଣ ପାଇଁ ଟାଟା ଷ୍ଟିଲର ପ୍ଳାଣ୍ଟର ପାଚେରୀ ସୀମା ରାସ୍ତା ତଥା ଗ୍ରାମ ମୁଣ୍ଡରେ ରାସ୍ତାକୁ ଅବରୋଧ କରିଥିଲେ । ଅବରୋଧ ସ୍ଥଳରେ କଣ୍ଟାବଣିଆ ପୁଲିସ ପହଁଚି ଗ୍ରାମବାସୀ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହରୁତ ହୋଇଥିଲା । Advertisement
ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ…
ଟ୍ରାକ୍ଟର ଓଲଟି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ବତିଷ୍ଠ ପଟନାୟକ…
ସ୍ବପ୍ନର ଅନୁଗୁଳ – ସବୁଜ ଅନୁଗୁଳ ଲକ୍ଷ୍ୟରେ ଚାରା ରୋପଣ ଆରମ୍ଭ ଅନୁଗୁଳ – ଅନୁଗୁଳର ସାମାଜିକ ସଙ୍ଗଠନ ” ଆମ ଅନୁଗୁଳ ” ତରଫରୁ ସବୁଜ ସୁନ୍ଦର ଅନୁଗୁଳ ଗଠନ କରିବା ପାଇଁ ” ସ୍ବପ୍ନର ଅନୁଗୁଳ –…