ଅପରାଧ ସ୍ୱାମୀକୁ ହତ୍ୟା କରିଥିବା ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ ଆଜୀବନ କାରାଦଣ୍ଡ Angul OnlineDecember 8, 2022December 8, 2022 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ବାମୀହନ୍ତା ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ହେବ ବୋଲି ଆଦେଶରେ ଉଲ୍ଲେଖ ଥିବା ଜଣାଯାଇଛି । ସୂଚନା ଅନୁସାରେ , ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ପଞ୍ଚାୟତ କରଡ଼ାସିଙ୍ଗ ଗାଁର ଗୌତମ ବେହେରାକୁ ତା ‘ସ୍ତ୍ରୀ ସରସ୍ବତୀ ବେହେରା ଓ ସ୍ତ୍ରୀର ପ୍ରେମିକ ଗୋବର୍ଦ୍ଧନ ମିର୍ଧା ମିଶି ଗତ ୨୬ / ୪ / ୨୦୨୧ ରାତିରେ ହତ୍ୟା କରିଥିଲେ । ତା ପରଦିନ ଗୌତମର ବଡ ଭାଇ ତାଙ୍କୁ ଖୋଜିବାକୁ ଘରକୁ ଯିବା ବେଳେ ସରସ୍ବତୀ ତାଙ୍କୁ ବାଧା ଦେଇଥିଲା । ସନ୍ଦେହ ହେବାରୁ ବଡଭାଇ ଜବରଦସ୍ତ ଘର ଭିତରେ ପଶି କବାଟକୁ ଖୋଲିବା ବେଳକୁ ଗୌତମର ମୃତଦେହ ତଳେ ପଡ଼ିଥିବା ଦେଖିଥିଲେ । ତାଙ୍କ ଦେହରେ କ୍ଷତଚିହ୍ନ ଥିବା ବେଳେ ବେକରେ ଦଉଡ଼ି ବନ୍ଧା ହୋଇଥିବା ସେ ଦେଖି ସେ ୨୭ ତାରିଖ ଦିନ ଆଠମଲ୍ଲିକ ଥାନାରେ ଅଭିଯୋଗ କରିଥିଲେ । ସାନଭାଇର ସ୍ତ୍ରୀ ସରସ୍ବତୀ ବେହେରା ଓ ଗୋବର୍ଦ୍ଧନ ମିର୍ଧାଙ୍କ ନାଁରେ ଗୌତମକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିବା ପରେ ପୁଲିସ ୬୯ / ୨୦୨୧ ରେ ହତ୍ୟା ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉଭୟ ଗୌତମର ସ୍ତ୍ରୀ ଓ ତାର ପ୍ରେମିକ ଗୌତମକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସ୍ଥିର କରି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା । ଏହି ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ଅଭିଯୁକ୍ତ ଦ୍ବୟଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରିଥିବା ଜଣାଯାଇଛି । ଅର୍ଥ ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ପାଇଁ ଆଦେଶ ହୋଇଛି । ଏହି ମାମଲାକୁ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ଅନ୍ତର୍ଯ୍ୟାମୀ ରାଉଳ ପରିଚାଳନା କରିଥିଲେ । Advertisement
୪୨୦ ମହିଳା ଗିରଫ – ବିଶ୍ଵାସରେ ବିଷ ଦେଇ ଲୁଟିଥିଲେ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ କଣିହାଁ ଅଞ୍ଚଳର ଜଣେ ୪୨୦ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳାଙ୍କ ନାମ ନିବେଦିତା ପ୍ରଧାନ (୩୪)…
ଶ୍ରମିକ କାର୍ଡ କରାଇବା ନେଇ ଲକ୍ଷାଧିକ ଟଙ୍କା ଠକେଇ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶି ଗ୍ରାମର ଜଣେ ଯୁବକ ଶ୍ରମିକ କାର୍ଡ କରାଇଦେବା କହି ଲକ୍ଷାଧିକ ଟଙ୍କା ହଡପ କରିଥିବା ଛେଣ୍ଡିପଦା…
କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା – ବୁଦା ମୂଳରୁ ମୃତଦେହ ଉଦ୍ଧାର ଗାଧେଇବାକୁ ଯାଇ ଫେରିଲେ ନାହିଁ । ଗଣ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସନ୍ଦେହରେ ୩ ଅଟକ । ସ୍ଵପ୍ନ ଅଧାରେ ରହିଗଲା – ଲକ୍ଷ୍ୟ…