ଆଞ୍ଚଳିକ ପୁଲିସ ଏସ୍.ଆଇ. ମାନଙ୍କ ଦୀକ୍ଷାନ୍ତ ସମାରୋହ(ଭିଡିଓ) Angul OnlineDecember 9, 2022December 9, 2022 ଅନୁଗୁଳ – ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ରାଧା କିଶାନ ଶର୍ମା, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଆଇଜି (ଟ୍ରେନିଂ) ଏସ୍. ସାଇନି ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ପୁଲିସ ପ୍ରଶିକ୍ଷଣର ଅନ୍ତୁଡ଼ିଶାଳ କୁହାଯାଉଥିବା ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ଶେଷ ଥର ପାଇଁ ୨୦୦୫ରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ତେବେ ମଝିରେ କନଷ୍ଟେଳରୁ ପଦନ୍ନୋତି ପାଇ ଏଏସ୍ଆଇ ହୋଇଥିବା ଅଧିକାରୀଙ୍କ ପାସିଂ ଆଉଟ୍ ପରେଡ୍ ଏଠାରେ କରାଯାଇଥିଲା । ତେବେ ଦୀର୍ଘ ୧୭ ବର୍ଷ ପରେ ଏହି ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ଚଳଚଞ୍ଚଳ ହୋଇପଡ଼ିଛି। ସିଧାସଳଖ ପୁଲିସରେ ଭର୍ତ୍ତି ହୋଇଥିବା ୧୨୬ ଏସ୍ଆଇଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସାରିଥିବାରୁ ସ୍ବତନ୍ତ୍ର ଦୀକ୍ଷାନ୍ତ ସମାରୋହ ଏଠାରେ ଆୟୋଜନ କରାଯାଇ ଥିଲା । ଏଥିରେ ପାସ ଆଉଟ ହୋଇଥିବା ୭୮ ଜଣ ପୁରୁଷ ଓ ୪୮ ସମସ୍ତ ମହିଳା ଏସ ଆଇ ପାସ ଆଉଟ ହୋଇଥିବା ବେଳେ ଏମାନଙ୍କୁ ଖୁବ ଶିଗ୍ର ରାଜ୍ୟର ବିଭିନ୍ନ ଥାନାରେ ନିଯୁକ୍ତି ଦିଆଯିବ । ଏହି ପ୍ରଶିକ୍ଷାର୍ଥୀ ମାନେ ଭଲ ଭାବେ ତାଲିମ ନେଇଥିବା ବେଳେ ଏମାନଙ୍କ ମଧ୍ୟରେ ଦକ୍ଷତା ରହିଛି । ରାଜ୍ୟରେ ହେଉଥିବା ବିଭିନ୍ନ ଅପରାଧକୁ ଏମାନେ ରୋକିବାରେ ସଫଳ ହେବେ ବୋଲି ରାଜ୍ୟ ପୁଲିସ ମହାନିର୍ଦେଶକ କହିଛନ୍ତି । https://angulonline.com/odia/wp-content/uploads/2022/12/VID-20221209-WA0001.mp4 Advertisement
ଅନୁଗୁଳ ବ୍ଲକରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକର ଜିଲ୍ଲା ପରିଷଦ ଜୋନ ନଂ ୪ ରେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନସଭା ଉପ-ବାଚସ୍ପତି ଶ୍ରୀଯୁକ୍ତ…
ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆରେ ଗଣ୍ଡରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ କିପରି ଏହି ବିଲୁପ୍ତ ପ୍ରାୟ ଜୀବର ପୁନର୍ବିନ୍ୟାସ ହେବ ସେ ନେଇ ପୁଣି…
ବାରହା ଆକ୍ରମଣରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…