ମୁଖ୍ୟ ଖବର ପୁଣି ଏକ ଦନ୍ତା ହାତୀ ମୃତ Angul OnlineDecember 10, 2022December 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ଏହି ହାତୀର ମୃତ୍ୟୁ ହୋଇଥିବା ଯୋଗୁଁ ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ପରା ଗାଁ ନିକଟରେ ଏକ ଦନ୍ତା ହାତୀ ମରି ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ସନ୍ଧ୍ୟାରେ ଗାଁ ଲୋକ ଏହା ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା କହୁଥିବା ବେଳେ ବନ ବିଭାଗ ହାତୀ ମୃତ୍ୟୁର କୌଣସି ସ୍ପଷ୍ଟ କାରଣ ସମ୍ପର୍କରେ ସୂଚନା ଦେଇ ନାହିଁ । ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ପ୍ରଥମେ ଲୋକଙ୍କୁ ଘଉଡାଇବା ସହ କପଡା ଘେର ମାରି ତଦନ୍ତ କରୁଛି । ଯାହା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ତେବେ ଜରପଡା ବନାଞ୍ଚଳ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ହାତୀ ମରି ପଡିବା ଆଉ ବନ ବିଭାଗ ନ ଜାଣି ପାରିବା ଏବେ ବନ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । Advertisement
ସୁନ୍ଦରୀ ସବୁଦିନ ପାଇଁ କାଟିବା ବନ୍ଦୀ ଜୀବନ ଅନୁଗୁଳ – ବାଘର ଆନ୍ତରାଜ୍ୟ ସ୍ଥାନାନ୍ତରରେ ପ୍ରଥମ ଥର ପାଇଁ ପ୍ରୟାସ କେବଳ ବିଫଳତାରେ ଶେଷ ହୋଇନାହିଁ , ବରଂ ବର୍ତ୍ତମାନ ପଶୁ ଉପରେ ଏହାର ବେଶ…
ଘର ଭିତରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ କୁମଣ୍ଡ ଗାଁର ଗାଣ୍ଡୁ ପଡ଼ିଆର ଏକ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ମାମି…
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା – ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ପରିବାରର ଧମକ ଅନୁଗୁଳ – ଅନୁଗୁଳ ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ…