ମୁଖ୍ୟ ଖବର ସ୍ଵାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା Angul OnlineDecember 13, 2022December 13, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ଘର ସମ୍ମୁଖରେ ସ୍ତ୍ରୀ ଜୋସ୍ନା ସାହୁ ଧାରଣା ରେ ବସିଛନ୍ତି । ଜୋସ୍ନା ସାହୁ ଅଭିଯୋଗ କରିଛନ୍ତି ଯେ, ସେ ଏବଂ ମାନସ ବାରିକ ପରସ୍ପର ଭଲ ପାଉଥିଲେ । ପରେ ଉଭୟ କୋର୍ଟରେ ବିବାହ ମଧ୍ୟ କରିଥିଲେ । କିଛି ଦିନ ଭଡ଼ା ଘରେ ରହିଥିଲେ । ତାର କିଛି ଦିନ ପରେ ମାନସ ଜୋସ୍ନାଙ୍କୁ ଭଡା ଘରେ ଛାଡ଼ି ଚାଲିଯାଇଥିଲେ । ଜୋସ୍ନା ମାନସଙ୍କୁ ଚାରି ଆଡେ ଖୋଜାଖୋଜି କରିଥିଲା । ତା ପରେ ଅନୁଗୁଳ ଟାଉନ୍ ଥାନାରେ ଜୋସ୍ନା ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ବୋହୁର ମାନ୍ୟତା ଦେଇ ଘରକୁ ନେଇଥିଲେ । କିଛି ଦିନ ହେଲା ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ମାରି ଘରୁ ବାହାର କରି ଦେଇଥିଲେ । କୌଣସି ଉପାୟ ନ ପାଇଁ ଟାଉନ୍ ଥାନାରେ ପୁଣି ଥରେ ଅଭିଯୋଗ କରିଥିଲେ । କୌଣସି ସୁଫଳ ନ ମିଳିବାରୁ ମାନସଙ୍କ ଘର ସମ୍ମୁଖରେ ଧାରଣା ଦେଇଥାନ୍ତି ଜୋସ୍ନା । Advertisement
ଦୁର୍ଗା ପୂଜାରେ ୧୧ ଓ ଲକ୍ଷ୍ମୀ ପୂଜାରେ ହେବ ୨୯ ମେଢ଼ ଅନୁଗୁଳ – ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଅନୁଗୁଳ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ଅକ୍ଷୟ କୁମାର…
ଓକିଲଙ୍କୁ ମାଡ଼ ମାରିଲେ ମହିଳା – ଯୌତୁକ ସାମଗ୍ରୀ ଫେରାଇ ଆଣିବାକୁ ଯାଇଥିଲେ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବରପଦା ଗ୍ରାମର ରୋଜାଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟା ଗ୍ରାମର ଅନିଲ କୁମାର ସାହୁଙ୍କୁ ବିବାହ କରିଥିଲେ…
ସାର ପାଇଁ ବର୍ଷାରେ ଭିଜିଲେ ଚାଷୀ – ଓଦା ହେଲା ଶହ ଶହ ଆଧାରକାର୍ଡ ଛେଣ୍ଡିପଦା – ଅନଗୁଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖା ଦେଇଛି ୟୁରିଆ ସାର ସଙ୍କଟ । ବର୍ତ୍ତମାନ ସ୍ଥିତିରେ ଧାନ ଚାଷ ପାଇଁ ୟୁରିଆ ସାରର ବେଶ…