ଖେଳ ଓ ଖେଳାଳି ଅନୁଗୁଳରେ ହେବ ରାଜ୍ୟ କବାଡି ଚମ୍ପିୟାନସିପ -୯୧୦ ମହିଳା ଓ ପୁରୁଷ ଖେଳାଳି ନେବେ ଭାଗ Angul OnlineDecember 17, 2022December 17, 2022 ଅନୁଗୁଳ – ରାଜ୍ୟରେ ହକି ମହାକୁମ୍ଭ ଆୟୋଜନ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଜିଲା ମାନଙ୍କରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏନେଇ ଅନୁଗୁଳ ସହରରେ ମଧ୍ୟ ଜୋରଦାର ମୁକାବିଲା ଦେଖିବାକୁ ମିଳିବ। ପ୍ରାୟ ୯୧୦ ମହିଳା ଓ ପୁରୁଷ କବାଡି ଖେଳାଳିଙ୍କୁ ଦେଖିବ ଅନୁଗୁଳ ମାଟି। ଦୀର୍ଘ ତିନିଦିନ ଧରି ଏହି ଖେଳ ହେବାକୁ ଥିବା ବେଳେ ସାରା ଜିଲ୍ଲାବାସୀ ଏହାକୁ ଉପଭୋଗ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ହକି ବିଶ୍ୱକପ ହେବାକୁ ଥିବା ବେଳେ ଏନେଇ ଗାଁ ଗଣ୍ଡାରୁ ଜିଲା ମୁଖ୍ୟାଳୟ ସବୁଠାରେ କ୍ରୀଡାର ଆସର ଦେଖିବାକୁ ମିଳିବ । ଅନୁଗୁଳ ଜିଲା ପ୍ରଶାସନ ଓ କଟକ କବାଡି ଆସୋସିଏସନ ର ମିଳିତ ଉଦ୍ୟୋଗରେ ଏନେଇ ଏକ ବିଶାଳ କବାଡି ଚମ୍ପିୟାନସିପ ଆୟୋଜନ କରିବାକୁ ଯାଉଛି। ସାରା ଓଡ଼ିଶାର ୨୯ଟି ଜିଲ୍ଲାରୁ ଖେଳାଳି ମାନେ ଆସି ଏଠାରେ ନିଜର ଖେଳ ପ୍ରଦର୍ଶନ କରିବେ । ଏହି ଦଳ ମାନଙ୍କରେ ୧୪ ଜଣ ଲେଖାଏଁ ରହୁଥିବା ବେଳେ ଏଥିରୁ ୧୨ ଜଣ ପ୍ରତିଯୋଗୀ , ଜଣେ ମ୍ୟାନେଜର ଓ ଜଣେ କୋଚ୍ ରହିଛନ୍ତି। ସର୍ବମୋଟ ୨୯ ଜିଲାର ୫୯ଟି ଦଳ ଖେଳିବାକୁ ଥିବା ବେଳେ ଏଥିରେ ସମାନ ଭାବେ ୨୯ଟି ମହିଳା ଓ ପୁରୁଷ ଦଳ ରହିବ। ଏତଦ ବ୍ୟତୀତ ୬ଟି ଅତିରିକ୍ତ ଦଳ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏଥି ମଧ୍ୟରେ ରେଳବାଇ ଦଳ, ଓଡିଶା ପୁଲିସ ଦଳ, ଆର.ଏସ.ପି ରାଉରକେଲା,ଏନଆରଆରଆଇ, କିଟ ଭୁବନେଶ୍ୱର, ହାଇଟେକ ଭୁବନେଶ୍ୱର ଆଦି ଦଳ ଏଥିରେ ଭାଗନେବେ। ଅନୁଗୁଳ ସହର ମଧ୍ୟରେ ଥିବା ବିଜୁ ମୈଦାନ ଠାରେ ଉକ୍ତ ଖେଳ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୨୨ତାରିଖ ଠାରୁ ଆରମ୍ଭ ହୋଇ ୨୪ତାରିଖ ଯାଏ ଚାଲୁ ରହିବ। ଖେଳ ପରିଚାଳନା ଓ ଖେଳାଳି ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୫୦ଜଣ ଟେକନିକାଲ ଅଫିସରଙ୍କ ସହ ୫୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ। ତେବେ ପରିଶେଷରେ ଜିଲା ପ୍ରଶାସନ ତରଫରୁ ନିଜେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସାରା ଜିଲ୍ଲାବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ ରାଜ୍ୟରେ ହକି ବିଶ୍ୱକପ ଆୟୋଜନ କରାଯାଉଥିବା ବେଳେ ନିଜ ଜିଲାରେ ହେଉଥିବା କ୍ରୀଡାକୁ ମନଭରି ଉପଭୋଗ କରନ୍ତୁ। Advertisement
ଓସିଏର ଆପେକ୍ସ କାଉନସିଲ ମେମ୍ବର ହେବେ ପ୍ରତାପ କଟକ – ଓସିଏ ସଭାପତି ହେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ବିରୋଧରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଓଡ଼ିଶା କ୍ରିକେଟ…
ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି ।…
ଆସନ୍ତା ଚାରି ତାରିଖରୁ ହେମସୁରପଡା କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ…