ମୁଖ୍ୟ ଖବର ୨୪ ତାରିଖ ୧୨ ଘଣ୍ଟିଆ ପାଲଲହଡା ବନ୍ଦ Angul OnlineDecember 20, 2022December 20, 2022 ପାଲଲହଡା – ଜାତୀୟ ରାଜପଥ ନଂ ୧୪୯ ର ଦୁରବସ୍ଥା ଏବଂ ଜାତୀୟ ରାଜପଥ ନଂ ୪୯ ର ସ୍ଥାନୀୟ ଶିବମନ୍ଦିରକୁ ଅଣ୍ଡରପାସ ରାସ୍ତା ନିର୍ମାଣ ଦାବିରେ ଆସନ୍ତା ୨୪ ତାରିଖ ପାଲଲହଡା ବନ୍ଦ ଡାକରା ଦିଆ ଯାଇଛି । ପାଲଲହଡା ବିଧାୟକ ମୁକେଶ କୁମାର ପାଲ ଏହି ବନ୍ଦ ଡାକରା ଦେଇଥିବା ମଙ୍ଗଳବାର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି I ଦୀର୍ଘଦିନରୁ ପାଲଲହଡା କାଇଁସିରିପାଲି ଛକ ଠାରୁ ପିତିରି ଛକ ପର୍ଯ୍ୟନ୍ତ ୭୦ କିମି ରାସ୍ତା ଖରାପ ହୋଇଯାଇଥିବା ବେଳେ ବାରମ୍ବାର ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଏହା ସହ ସ୍ଥାନୀୟ ଶିବମନ୍ଦିର ଛକ ନିକଟ ରେ ଜାତୀୟ ରାଜପଥ ସମ୍ପ୍ରସାରଣ ଏବଂ ବିଭାଗୀୟ ଦୁରଦୃଷ୍ଟିର ଅଭାବ ଯୋଗୁଁ ସହରରୁ ଶିବମନ୍ଦିରକୁ ଯାଇଥିବା ରାସ୍ତାଟି ସମ୍ପୂର୍ଣ ବିଛିନ୍ନ ହୋଇଯାଇଛି । ଯାହାଫଳରେ ସ୍ଥାନୀୟ ଶ୍ରଦ୍ଧାଳୁ ଶିବମନ୍ଦିରକୁ ଯାଇ ପାରୁନାହାନ୍ତି । ତେଣୁ ଉକ୍ତ ସ୍ଥାନରେ ଏକ ଅଣ୍ଡରପାସ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ରାଜପଥ ବିଭାଗ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । କେନ୍ଦ୍ରୀୟ ସଂସ୍ଥା ବାରମ୍ବାର ପାଲଲହଡାକୁ ଅବହେଳା କରୁଛନ୍ତି ବୋଲି ଅଭିଯୋଗ ଆଣି ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ୧୨ ଘଣ୍ଟିଆ ପାଲଲହଡା ବନ୍ଦ ଡାକରା ଦେଇଛନ୍ତି I ଏହି ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି ବିଧାୟକ ମୁକେଶ ପାଲ କହିଛନ୍ତି । Advertisement
ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ…
ବଦଳିଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ଓଡିଶା ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ବଦଳି ନିର୍ଦେଶ ଅନୁଯାୟୀ…
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…