ଅପରାଧ ଧାନ ଚୋର କରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେଲେ ଯୁବକ Angul OnlineJanuary 3, 2023January 3, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରି କରିବା ବେଳେ ଯୁବକ ଧରା ପଡ଼ିବା ପରେ ତାଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଲୋକେ । ସୂଚନା ଅନୁସାରେ ବିଭିନ୍ନ ସମୟରେ ଗାଁରୁ ବହୁ ଲୋକଙ୍କ ଘରୁ ଜିନିଷ ପତ୍ର ଚୋରି ହେଉଥିଲା । ହେଲେ ଚୋର ଘଟଣା ସ୍ଥଳରୁ ଖସି ଯାଉଥିଲା । ତେବେ ବେନ୍ତପୁର ଗ୍ରାମର ଧାନ ମିଲର ମାଲିକ ପ୍ରଶାନ୍ତ ପଣ୍ଡା ଗତ କାଲି ମଧ୍ୟରାତ୍ରୀରେ ପରିସ୍ରା କରିବା ପାଇଁ ଉଠିବା ସମୟରେ ତାଙ୍କ ଘର ପାଖକୁ ଲାଗି ରହିଥିବା ଧାନ ମିଲରୁ ଜଣେ ଯୁବକ ଧାନ ବସ୍ତା ଚୋରି କରି ନେଉଥିଲେ । ଏହା ଦେଖି ସେ ଚତୁରତାର ସହ ଚୋରକୁ କାବୁ କରିଥିଲେ । ଚୋରି କରିଥିବା ଯୁବକ ଜଣଙ୍କ ହେଲେ କୁମୁରିସିଙ୍ଗା ଗ୍ରାମର ଶିବ ବେହେରା । ଶିବ ବେହେରାକୁ କାବୁ କରିବା ପରେ ଘର ସମ୍ମୁଖ ଖୁଣ୍ଟରେ ସେ ବାନ୍ଧି ଦେଇଥିଲେ । ସକାଳେ ଖୁଣ୍ଟରେ ଯୁବକ ବନ୍ଧା ହେବା ଦେଖି ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା । ସେହି ସମୟରେ ଯିଏ ପାରିଲା ତାକୁ ମାଡ ମଧ୍ୟ ମାରିଥିଲା । ପରେ ଏନେଇ ସଦର ଥାନାରେ ପ୍ରଶାନ୍ତ ପଣ୍ଡା ଲିଖିତ ଅଭିଯୋଗ କରିଥିଲେ । Advertisement
୫ ବନ୍ଧୁକ ଜବତ ସହ ୫ ଗିରଫ ଅନୁଗୁଳ – ଘରେ ଦେଶୀ ବନ୍ଧୁକ ରଖିବା ଅପରାଧରେ ୫ ଜଣଙ୍କୁ ଖମାର ଥାନା ପୁଲିସ ଗିରଫ ସହ ୫ ଦେଶୀ ବନ୍ଧୁକ ଜବତ କଡ଼ିଛି ।…
ଦେହ ବ୍ୟବସାୟ ସନ୍ଦେହରେ ପୁଲିସର ଚଢ଼ାଉ – ୨ ଅଟକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରି ନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ଦେହ…
ଭିଜିଲାନ୍ସ କବଜାରେ ସହକାରୀ ନିର୍ବାହୀ ଯନ୍ତ୍ରୀ – ୫୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର RWSS ର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି…