ଅପରାଧ ମାତ୍ର ଅଶୀ ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ Angul OnlineJanuary 4, 2023January 4, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଓଗି ଗାଁରେ ଛଅ ବର୍ଷ ତଳେ ଘଟିଥିବା ଏକ ବିଭତ୍ସ ହତ୍ୟା ମାମଲାର ରାୟ ବୁଧବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଓଗି ଧଉଡ଼ାଖୋଳ ସାହିର ୪୦ ବର୍ଷୀୟ ପଞ୍ଚାନନ ପ୍ରଧାନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏହା ସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ଏକବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ , ୨୦୧୬ ମସିହା ନଭେମ୍ବର ୧୫ ତାରିଖ ସନ୍ଧ୍ୟାରେ ମାତ୍ର ଅଂଶୀ ଟଙ୍କା ଏହି ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତ ପଞ୍ଚାନନ ପଡ଼ୋଶୀ ନନ୍ଦି ପ୍ରଧାନଙ୍କ ପୁଅ ରାଜନ ପ୍ରଧାନଙ୍କୁ ତୀର ମାରି ହତ୍ୟା କରିଥିଲା । ରାଜନ ଅଭିଯୁକ୍ତ ପଞ୍ଚାନନ ଠାରୁ ୮୦ ଟଙ୍କା ଧାର ନେଇଥିଲା । ଘଟଣା ଦିନ ଛାଡ଼ଖାଇ ଥିବା ବେଳେ ଅଶୀ ଟଙ୍କା ସୁଝିଲେ ଛାଡ଼ଖାଇ ପାଳିବ ବୋଲି ରାଜନକୁ ପଞ୍ଚାନନ କହିଥିଲା । ମାତ୍ର ରାଜନ ଟଙ୍କା ଦେଇନଥିଲା । ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଝଗଡ଼ା ଲାଗିଥିଲା । ଝଗଡା ବେଳେ ଉତ୍ତ୍ୟକ୍ତ ହୋଇ ପଞ୍ଚାନନ ଏକ ଧନୁରେ ରାଜନକୁ ଆକ୍ରମଣ କରିଥିଲା । ପଞ୍ଚାନନ ମାରିଥିବା ତୀର ରାଜନର ଛାତିରେ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ରାଜନର ମୃତ୍ୟୁ ହୋଇଥିଲା । ଏନେଇ ରାଜନଙ୍କ ମା ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ କେସ୍ ନଂ ୧୫୫ ୧୬ରେ ଏକ ମାମଲା ରୁଜୁ କରିବା ସହ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଚାଲିଥିଲା । ମୋଟ ୧୩ ଜଣଙ୍କ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବିଚାରପତି ରଞ୍ଜିତ ଜ୍ୟୋତିଷି ଅଭିଯୁକ୍ତ ପଞ୍ଚାନନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ତାପସ ରଞ୍ଜନ ମିଶ୍ର ଓ ବିଶ୍ଵକର ବରାଳ କେସ ପରିଚାଳନା କରିଥିଲେ । Advertisement
ଶ୍ରମ ବିଭାଗର ଚଢ଼ାଉ – ୪ ଶିଶୁ ଶ୍ରମିକ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖ ଗେଟରେ ଥିବା ବିଭିନ୍ନ ଚାହା ଦୋକାନରେ ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଶିଶୁ ଶ୍ରମିକ…
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…
ସ୍ତ୍ରୀର ଦ୍ଵିତୀୟ ସ୍ୱାମୀକୁ ଗଳା କାଟି ହତ୍ୟା କଲା ପ୍ରଥମ ସ୍ୱାମୀ – କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତକ ହେଲେ ମସୁଣିହତା ଗ୍ରାମର ୨୫ ବର୍ଷୀୟ…