ଖେଳ ଓ ଖେଳାଳି ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ Angul OnlineJanuary 5, 2023January 5, 2023 ଅନୁଗୁଳ – ହକି ବିଶ୍ୱକପର ୧୫ତମ ସଂସ୍କରଣ ୧୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଓଡିଶାରେ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଓଡିଶା ଦ୍ୱିତୀୟ ଥର ପାଇଁ ଏହି ସୌଭାଗ୍ୟ ଅର୍ଜନ କରିଛି । ୨୦୧୮ରେ ସଫଳତାର ସହ ଏହାକୁ ଆୟୋଜନ କରାଯାଇଥିଲା । ଭାରତ ୪୮ ବର୍ଷ ହେବ ଟାଇଟଲ ହାସଲ କରିପାରି ନାହିଁ । ଏଥର ସମସ୍ତ ହକିପ୍ରେମୀଙ୍କ ଦୃଢ଼ ବିଶ୍ୱାସ ଏହି ଅପେକ୍ଷାର ଅନ୍ତ ଘଟିବ । ଆଉ ଓଡିଶା ସାଜିବ ଭାରତୀୟ ହକିର କର୍ଣ୍ଣଧାର । ଆଉ ଏହି ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ମଧ୍ୟ ବେଶ ତତ୍ପର । ଲୋକ ମାନଙ୍କୁ ହକି ପ୍ରତି ଆକୃଷ୍ଟ କରିବା , ହକି କୁ ଷ୍ଟାଡିଅମ ହେଉ କିମ୍ବା ଟିଭିରେ ଦେଖିବାକୁ ହେଉ ଅନେକ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଆକୃଷ୍ଟ କରିବାକୁ ଚେଷ୍ଟା କର ଯାଉଛି । ଏହି କ୍ରମରେ ବିଶ୍ୱକପ ହକିର ଟ୍ରଫି ସାରା ରାଜ୍ୟ ପରିଭ୍ରମଣ କରୁଛି । ଏହି ଟ୍ରଫି ଆଜି ଅନୁଗୁଳ ଜିଲ୍ଲାର ପହଁଚିଥିବା ବେଳେ ଜିଲ୍ଲାରେ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି । ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ପ୍ରଥମେ ଟ୍ରଫି ପହଞ୍ଚିଥିଲା । ପରେ ନାଚ ଗୀତର ତାଳେତାଳେ ବିରାଟ ଶୋଭାଯାତ୍ରାରେ କଦମ ପଡିଆକୁ ଟ୍ରଫି ଅଣା ଯାଇଥିଲା । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଢେଙ୍କାନାଳ ସାଂସଦ ମହେଶ ସାହୁ , ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ଅନୁଗୁଳ ଏସପି , ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ, ଖେଳାଳି, ପୁଲିସ କର୍ମଚାରୀ , ସାଧାରଣ ଜନତା ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିଥିଲେ । Advertisement
୭ ତାରିଖରୁ ଆରମ୍ଭ ହେଉଛି ଓ ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଚଳିତ ମାସ ୭ ତାରିଖରୁ ଆରମ୍ଭ ହେଉଛି ଓ ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଅନୁଗୁଳ ଓ ବିଭିନ୍ନ ଜିଲ୍ଲାର ଫୁଟବଲ ପ୍ରତିଭାମାନଂଙ୍କୁ…
ଜିଲ୍ଲାରେ ହେବ ଦୁଇ ଇନଡୋର ଷ୍ଟାଡିୟମ – ଧନ୍ୟବାଦ ଦେଲେ ବ୍ରଜ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଳାରେ ଦୁଇଟି ନୂଆଁ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ…
ଆସନ୍ତା ଚାରି ତାରିଖରୁ ହେମସୁରପଡା କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ…