ଖେଳ ଓ ଖେଳାଳି ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ Angul OnlineJanuary 5, 2023January 5, 2023 ଅନୁଗୁଳ – ହକି ବିଶ୍ୱକପର ୧୫ତମ ସଂସ୍କରଣ ୧୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଓଡିଶାରେ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଓଡିଶା ଦ୍ୱିତୀୟ ଥର ପାଇଁ ଏହି ସୌଭାଗ୍ୟ ଅର୍ଜନ କରିଛି । ୨୦୧୮ରେ ସଫଳତାର ସହ ଏହାକୁ ଆୟୋଜନ କରାଯାଇଥିଲା । ଭାରତ ୪୮ ବର୍ଷ ହେବ ଟାଇଟଲ ହାସଲ କରିପାରି ନାହିଁ । ଏଥର ସମସ୍ତ ହକିପ୍ରେମୀଙ୍କ ଦୃଢ଼ ବିଶ୍ୱାସ ଏହି ଅପେକ୍ଷାର ଅନ୍ତ ଘଟିବ । ଆଉ ଓଡିଶା ସାଜିବ ଭାରତୀୟ ହକିର କର୍ଣ୍ଣଧାର । ଆଉ ଏହି ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ମଧ୍ୟ ବେଶ ତତ୍ପର । ଲୋକ ମାନଙ୍କୁ ହକି ପ୍ରତି ଆକୃଷ୍ଟ କରିବା , ହକି କୁ ଷ୍ଟାଡିଅମ ହେଉ କିମ୍ବା ଟିଭିରେ ଦେଖିବାକୁ ହେଉ ଅନେକ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଆକୃଷ୍ଟ କରିବାକୁ ଚେଷ୍ଟା କର ଯାଉଛି । ଏହି କ୍ରମରେ ବିଶ୍ୱକପ ହକିର ଟ୍ରଫି ସାରା ରାଜ୍ୟ ପରିଭ୍ରମଣ କରୁଛି । ଏହି ଟ୍ରଫି ଆଜି ଅନୁଗୁଳ ଜିଲ୍ଲାର ପହଁଚିଥିବା ବେଳେ ଜିଲ୍ଲାରେ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି । ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ପ୍ରଥମେ ଟ୍ରଫି ପହଞ୍ଚିଥିଲା । ପରେ ନାଚ ଗୀତର ତାଳେତାଳେ ବିରାଟ ଶୋଭାଯାତ୍ରାରେ କଦମ ପଡିଆକୁ ଟ୍ରଫି ଅଣା ଯାଇଥିଲା । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଢେଙ୍କାନାଳ ସାଂସଦ ମହେଶ ସାହୁ , ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ଅନୁଗୁଳ ଏସପି , ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ, ଖେଳାଳି, ପୁଲିସ କର୍ମଚାରୀ , ସାଧାରଣ ଜନତା ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିଥିଲେ । Advertisement
ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ…
ଅନୁଗୁଳ କପ୍ କ୍ରିକେଟ – ୟୁନିଅନ ସ୍ପୋଟିଂ ଚମ୍ପିୟାନ ଅନୁଗୁଳ – ଅନୁଗୁଳ କଦମ ପଡିଆ ଠାରେ ଚାଲିଥିବା ଅନୁଗୁଳ କପ କ୍ରିକେଟ ୨୦୨୨ ର ଫାଇନାଲ୍ ମ୍ୟାଚ୍ ଅନୁଗୁଳ କ୍ରିକେଟ କ୍ଲବ୍ ଓ ୟୁନିଅନ୍ ସ୍ପୋଟିଂ…
ମା’ ଖୁମ୍ବେଶ୍ୱରୀ ଓ ମା’ ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ଅନୁଗୁଳ – ଅନୁଗୁଳ ବ୍ଲକ ଇଙ୍କରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗାଁ ଖେଳ ପଡ଼ିଆଠାରେ ମା’ ଖୁମ୍ବେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହେଇଯାଇଛି । ଏଥିରେ…