ମୁଖ୍ୟ ଖବର ଡାକ୍ତରଖାନା ପରିସରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ Angul OnlineJanuary 13, 2023January 13, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ ଭୟାବହ ଅଗ୍ନିକାଣ୍ଡ । ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ନିଆଁ ଲାଗିଛି । ଯାହା ଫଳରେ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇ ଯାଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ ହାଉସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଦେଖୁ ଦେଖୁ ଏହା ହୁ ହୁ ହୋଇ ଜଳିବାକୁ ଲାଗିଥିଲା । ଭିତରେ ମେଡ଼ିସିନ ଏବଂ ସ୍ପୀରିଟ ଭଳି ଅନ୍ୟାନ୍ୟ ଔଷଧ ଥିବା ଯୋଗୁଁ ମେଡ଼ିକାଲ କର୍ମଚାରୀ ଏହାକୁ ଆୟତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ଏହି ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ ନଷ୍ଟ ହୋଇ ଯାଇଥିବା ଜଣା ପଡ଼ିଛି । Advertisement
ଦୁର୍ଗା ପୂଜାରେ ୧୧ ଓ ଲକ୍ଷ୍ମୀ ପୂଜାରେ ହେବ ୨୯ ମେଢ଼ ଅନୁଗୁଳ – ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଅନୁଗୁଳ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ଅକ୍ଷୟ କୁମାର…
ଅଜଗର ସାପକୁ ଗିଳିଲା ଅହିରାଜ(ଭିଡିଓ) ଅନୁଗୁଳ – ଫୁଟ ଲମ୍ବର ଅଜଗର ସାପକୁ ଗିଳିଲା ୧୧ ଫୁଟର ଅହିରାଜ ସାପ । ଏଭଳି ଘଟଣା ଆଜି ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ…
ଜାତୀୟ ରାଜପଥ ର ସୁରକ୍ଷା ପାଇଁ ଯଜ୍ଞ ଅନୁଗୁଳ – ଜାତୀୟ ରାଜପଥ ୫୫ ପାଇଁ ହୋମଯଜ୍ଞର ଆୟୋଜନ କଲେ ଅନୁଗୁଳ ସଚେତନ ନାଗରିକ । ରାଜପଥର ଦୁରାବସ୍ଥା ଯୋଗୁଁ ନିରୀହ ଜନସାଧାରଣଙ୍କ ଜୀବନ ଯାଉଛି…