ମୁଖ୍ୟ ଖବର ପାଇପଲାଇନ ପାଇଁ ଖୋଳା ଯାଇଥିବା ଗାତରେ ପଡି ଜଣେ ମୃତ Angul OnlineJanuary 22, 2023January 22, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି । ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା କଡରେ ଖୋଳା ଯାଇଥିବା ଗାତରେ ପଡି ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ପରାବିଲ ଗ୍ରାମର ୪୧ ବର୍ଷୀୟ ଦୁଷ୍ମନ୍ତ କୁମାର ପ୍ରଧାନ । ସୂଚନା ଅନୁସାରେ, ଭୋର ସମୟରେ ଦୁଷ୍ମନ୍ତ ମୋଟରସାଇକେଲରେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଗାତରେ ଖସି ପଡ଼ିଥିଲେ । ଘଟଣାସ୍ଥଳରୁ ତାଙ୍କୁ ତାଳଚେର ମେଡିକାଲକୁ ପଠା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ଠିକା ସଂସ୍ଥା ଖମାର, କଣିହାଁ ଅଞ୍ଚଳରେ ନିୟମିତ ଭାବେ କାମକରି ପାଇପ ଲାଇନ ବିଛାଉଛି । ଏ ନେଇ ପାଲଲହଡା, ଖମାର, କଣିହାଁ, ସମଲ, ପବିତ୍ର ନଗର ଆଦି ଅଞ୍ଚଳରେ ୩-୪ ମିଟରର ଗାତ ଖୋଳାଯାଉଛି । ଯେଉଁ ସବୁ ଗାତ ଖୋଲିବା ପରେ ସୂଚନା ଫଳକ ଲଗା ଯାଉ ନାହିଁ । ଯାହା ଫଳରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ କ୍ଷତି ପୁରାଣ ଦାବିରେ ସ୍ଥାନୀୟ ଲୋକେ ଓ ମୃତକଙ୍କ ପରିବାର ତାଳଚେର – ପାଲଲହଡ଼ା ରାସ୍ତା ଅବରୋଧ କରିଥିଲେ । ପରେ ବିଧାୟକ ମୁକେଶ ପାଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇବା ସହ ଠିକା ସଂସ୍ଥାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । କ୍ଷତିପୂରଣ ରାଶି ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ମଦ ପିଇଥିବା ମିଛ ଚାଲାଣ କଟିବା ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା ଅନୁଗୁଳ – ମହିଳାଙ୍କ ନାମରେ ମଦ ପିଇ ଗାଡ଼ି ଚଲାଉଥିବା ନେଇ ପରିବହନ ବିଭାଗ ଚାଲାଣ ପଠାଇବା ପରେ ତାଙ୍କର ସମ୍ମାନହାନୀ ହୋଇଥିବା ନେଇ ଜଣେ ମହିଳା…
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…
ଦୋକାନ ଘର ଭିତରକୁ ପଶିଗଲା ଟ୍ରକ ଛେଣ୍ଡିପଦା – ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର ଛେଣ୍ତିପଦା ଥାନା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡରେ ଥିବା ୨ଟି ଦୋକାନ ଘରକୁ ଧକ୍କା…