ମୁଖ୍ୟ ଖବର ସରପଞ୍ଚଙ୍କ ସହ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ Angul OnlineJanuary 26, 2023January 26, 2023 ଅନୁଗୁଳ – ଆବାସ ଯୋଜନାରେ ନାଁ କଟିବା ଯୋଗୁଁ ଅସନ୍ତୋଷ ପ୍ରକାଶ କଲେ ପଞ୍ଚାୟତବାସୀ । ଆଉ ଏଥିପାଇଁ ଗାଁର ମହିଳା ଏକାଠି ହୋଇ ସରପଞ୍ଚ ଏବଂ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ତିନି ଘଣ୍ଟା ଧରି ଅଟକ ରଖିଲେ । ଶେଷରେ ଘଟଣା ସ୍ଥଳରେ ପୁଲିସ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରପଞ୍ଚ ଏବଂ ତାଙ୍କ ସହ ଅଟକ ଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତାରାପୁର(କ) ପଞ୍ଚାୟତର ସରପଞ୍ଚ ନବୀନ ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ବେଳେ ସାନ୍ତାରାପୁର ଗାଁର କିଛି ମହିଳା ହଠାତ ଆସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଚାୟତର ଜଣେ ମାତ୍ର ହିତାଧିକାରୀଙ୍କ ନାମରେ ଘର ଆସିଥିବା ବେଳେ ଅନ୍ୟ ମାନଙ୍କ ନାମର ଜାଣିଶୁଣି କାଟି ଦିଆ ଯାଇଥିବା ଅଭିଯୋଗ କରି ସେମାନେ ଉଭୟଙ୍କୁ ଅଟକ ରଖିଥିଲେ । ଫଳରେ ଘଟଣା ସ୍ଥଳରେ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ପୁଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଖସୁଝା କରିଥିଲା । ତେବେ ପ୍ରାୟ ତିନି ଘଣ୍ଟା ପରେ ଉତ୍ତ୍ୟକ୍ତ ଲୋକ ଶାନ୍ତ ହୋଇଥିଲେ ଏବଂ ସରପଞ୍ଚ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁକୁଳିଥିଲେ । Advertisement
ବାପା-ମା ହାରିଗଲେ କରୋନା ଯୁଦ୍ଧରେ – ଜିତି ଗଲା ରାନୀ ଅନୁଗୁଳ – ୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ…
ସୁରକ୍ଷା ଦାବିରେ କଲେଜ ଛାତ୍ରଙ୍କ ଆନ୍ଦୋଳନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂ ଶାସିତ କଲେଜର ଛାତ୍ର ମାନେ ଆଜି ରାଜରାସ୍ତାରେ ବସିବା ସହ ସୁରକ୍ଷା ଦାବି କରିଛନ୍ତି। କଲେଜର ସୁରକ୍ଷା ବ୍ୟବସ୍ଥାରେ…
ଆମ୍ବୁଲାନ୍ସ- ଗ୍ୟାସ୍ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା , ରୋଗୀ ସମେତ ୪ ମୃତ ଅନଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡାଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଆଜି ସକାଳ ପ୍ରାୟ…