ଅପରାଧ ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ Angul OnlineJanuary 30, 2023January 30, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କିଶୋରନଗର ବ୍ଲକ୍ ବାଘୁଆମୁଣ୍ଡା ଗାଁର ବାବୁଲାଲ ଦେହୁରୀ , ଗୁରୁଜାଙ୍ଗ ଗାଁର ଦୀପୁନ ଧଳ , ବାପୁନ ଧଳ , ରେଢ଼ାଖୋଲର ସଞ୍ଜିତ ବେହେରା ଏବଂ ହରଭଙ୍ଗାର ଶ୍ରୀକୃଷ୍ଣ ସାହୁ । ସୂଚନା ଅନୁସାରେ , ଗତ ୨୫ ତାରିଖ ରାତିରେ ଏହି ୫ ଜଣ ଅନ୍ୟ ୨ ଜଣଙ୍କ ସହ ମିଶି ଛେଳିଆପଡ଼ାର ପ୍ରମୋଦ ସାହୁଙ୍କର ଅନୁଗୁଳ ସହର ଉପକଣ୍ଠ ଖଲାରିରେ ଥିବା ଏକ ସ୍ପେୟାର ପାର୍ଟସ ଗୋଦାମରୁ ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ସ୍ପେୟାର ପାର୍ଟସ ନେଇ ପଳାଇଥିଲେ । ଏ ସବୁ ସାମଗ୍ରୀ ନେବା ପାଇଁ ସେମାନେ ଗୋଟିଏ ବୋଲେରୋ ଓ ଗୋଟିଏ ପିକ୍ ଅପ୍ ଭ୍ୟାନ୍ ବ୍ୟବହାର କରିଥିଲେ । ପରଦିନ ମାଲିକ ପ୍ରମୋଦ ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା । ଆଉ ଶେଷରେ ଏହି ୫ ଜଣଙ୍କୁ କିଶୋରନଗରରୁ ଗିରଫ କରିବାରେ ସଫଳ ହୋଇଥିଲା । Advertisement
ଧରା ହେଲେ ଡିଜେଲ ମାଫିଆ – ୯୫୦ ଲିଟର ତେଲ ଜବତ , ପାଞ୍ଚ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା କାଜୁ ଜଙ୍ଗଲ ନିକଟ ଏକ ପଡିଆରୁ ଶୁକ୍ରବାର ଭୋର ସମୟରେ ଏକ ଡିଜେଲ ଚୋରା ରାକେଟ ଉପରେ…
ଦୋକାନ ପୋଡ଼ି ଘଟଣା: ଅଭିଯୁକ୍ତ କାଳିଆ ଭୋଇ ଗିରଫ ଅନୁଗୋଳ – ଗତ ମଙ୍ଗଳବାର (୧୫ ତାରିଖ) ଦିନ ନୁଆମୌଜା ପଞ୍ଚମହଲା ଅଞ୍ଚଳରେ ଦୋକାନରେ ନିଆଁ ଲଗାଇବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…
ଗାଁ ଦାଣ୍ଡରେ ଯୁବକକୁ ନିର୍ମମ ହତ୍ୟା ଅନୁଗୋଳ – ଅନୁଗୋଳ ଜିଲ୍ଲା ବାଳୁଅକଟା ଗ୍ରାମ ପଞ୍ଚାୟତ କୁମ୍ଭକର୍ଣ୍ଣ ସାହିରେ ଶନିବାର ରାତି ପ୍ରାୟ ସାଢେ ନଅଟା ବେଳେ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରା…