ଅପରାଧ ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ Angul OnlineJanuary 30, 2023January 30, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କିଶୋରନଗର ବ୍ଲକ୍ ବାଘୁଆମୁଣ୍ଡା ଗାଁର ବାବୁଲାଲ ଦେହୁରୀ , ଗୁରୁଜାଙ୍ଗ ଗାଁର ଦୀପୁନ ଧଳ , ବାପୁନ ଧଳ , ରେଢ଼ାଖୋଲର ସଞ୍ଜିତ ବେହେରା ଏବଂ ହରଭଙ୍ଗାର ଶ୍ରୀକୃଷ୍ଣ ସାହୁ । ସୂଚନା ଅନୁସାରେ , ଗତ ୨୫ ତାରିଖ ରାତିରେ ଏହି ୫ ଜଣ ଅନ୍ୟ ୨ ଜଣଙ୍କ ସହ ମିଶି ଛେଳିଆପଡ଼ାର ପ୍ରମୋଦ ସାହୁଙ୍କର ଅନୁଗୁଳ ସହର ଉପକଣ୍ଠ ଖଲାରିରେ ଥିବା ଏକ ସ୍ପେୟାର ପାର୍ଟସ ଗୋଦାମରୁ ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ସ୍ପେୟାର ପାର୍ଟସ ନେଇ ପଳାଇଥିଲେ । ଏ ସବୁ ସାମଗ୍ରୀ ନେବା ପାଇଁ ସେମାନେ ଗୋଟିଏ ବୋଲେରୋ ଓ ଗୋଟିଏ ପିକ୍ ଅପ୍ ଭ୍ୟାନ୍ ବ୍ୟବହାର କରିଥିଲେ । ପରଦିନ ମାଲିକ ପ୍ରମୋଦ ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା । ଆଉ ଶେଷରେ ଏହି ୫ ଜଣଙ୍କୁ କିଶୋରନଗରରୁ ଗିରଫ କରିବାରେ ସଫଳ ହୋଇଥିଲା । Advertisement
ଗୋରୁ ବୋଝେଇ ଟ୍ରକ ଜବତ – ଦୁଇ ଗିରଫ ପାଲଲହଡା – ଟ୍ରକରେ ଗୋରୁ ଚୋରା ଚାଲାଣ ବେଳେ ଖବର ପାଇ ପାଲଲହଡା ପୁଲିସ ଚଢ଼ାଉ କରିଥିବା ବେଳେ ଟ୍ରକ ସହ ୨0 ଗୋରୁ ଜବତ କରିଛି…
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…
୯୭ ହଜାର ଲୁଟିନେଲେ ସାଇବର ଲୁଟେରା ଅନୁଗୋଳ – ଅନୁଗୋଳ ଜିଲ୍ଲା କୋଲିଏରୀ ଥନା ଅନ୍ତର୍ଗତ ଘଣ୍ଟପଡ଼ାଠାରେ ଥିବା ଗ୍ଲୋବାଲ କୋଲ ୱାସେରୀର ଜଣେ କର୍ମଚାରୀଙ୍କଠାରୁ ୯୭ ହଜାର ୬୯୦ ଟଙ୍କା ଲୁଟି ନେଇଛନ୍ତି…