ମୁଖ୍ୟ ଖବର ହାତୀ ନେଲା ପୁଣି ଏକ ଜୀବନ Angul OnlineFebruary 1, 2023February 1, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀଙ୍କ ଉତ୍ପାତ ଜିଲ୍ଲାରେ ଥମୁନି। ହାତୀ ହାବୁଡ଼ରେ ପଡି ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଅନୁଗୋଳ ବ୍ଲକ ବସଲା ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ କଚାଡି ମାରିଛି । ମୃତ ବୃଦ୍ଧ ହେଲେ ସିଧେଶ୍ୱର ସେଠୀ ମଙ୍ଗଳବାର ପୂର୍ବାହ୍ନରେ ବଉଳି ନାଳ ନିକଟକୁ କାଠ ସଂଗ୍ରହ କରିବାକୁ ଆସିଥିଲେ । ମାତ୍ର ଘରକୁ ଫେରି ନଥିଲେ । ପରିବାର ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇ ନଥିଲେ । ଆଜି ସକାଳୁ ଏକ ବୁଦା ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ହାତୀ ଆକ୍ରମଣରେ ତାଙ୍କ ଅନ୍ତବୁଜୁଲା ବାହାରି ପଡିଛି । ଗତକାଲିଠାରୁ ଏହି ଅଞ୍ଚଳରେ ହାତୀ ରହିଛନ୍ତି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ କରୁଛନ୍ତି । Advertisement
ନବାଳିକାକୁ ଅସଦାଚରଣ ଅଭିଯୋଗରେ ଡାକ୍ତର ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର…
ରାସ୍ତାରେ ଜଳିଗଲା ଅଟୋ – ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଅନୁଗୁଳ – ଅନୁଗୁଳ ଡାକ୍ତରଖାନା ଛକରେ ଚଳନ୍ତା ଅବସ୍ଥାରେ ଆଜି ଏକ ଅଟୋରେ ଅଗ୍ନିକାଣ୍ଡ ହୋଇଥିଲା । ହଠାତ ଅଟୋରେ ନିଆଁ ଲାଗିଯାଇଥିବା ବେଳେ ସୌଭାଗ୍ୟ ବଶତଃ…
ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟି ସାମ୍ବାଦିକ ଅଟକ ଆଠମଲ୍ଲିକ – ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ପୁଲିସ ଜଣେ ସାମ୍ବାଦିକଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଆଜି…