ଖେଳ ଓ ଖେଳାଳି ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ବାସନ୍ତୀ ଭଲିବଲ ଟିମ ଚମ୍ପିୟାନ Angul OnlineFebruary 13, 2023February 13, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଠାରେ ଅନୁଷ୍ଠିତ ଏକ ଦିବାସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ ଭଲିବଲ କ୍ଲବ ଚମ୍ପିୟାନ ହୋଇଛି । ଗୋବରାର ଫ୍ରେଣ୍ଡସ ଭଲିବଲ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ କ୍ଲବ , ଗୋବରା , ପଥରମୁଣ୍ଡା , ଟାକୁଆର ଅଜିତ ଫାଇଟର୍ସ , ପୋଡାପଡା ନିଶି କ୍ଲବ , ଟାଟା ଷ୍ଟିଲ , କର୍ଣ୍ଣପୁର ଓ ବ୍ରାହ୍ମଣବିଲ ଦଳ ଭାଗ ନେଇଥିଲେ । ନକଆଉଟ ପର୍ଯ୍ୟାୟରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ କ୍ଲବ ଓ ଗୋବରା ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବାସନ୍ତୀ କ୍ଲବ ୨୫-୨୦ ଓ ୨୫-୧୮ ରେ ମ୍ୟାଚ ଜିତି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଉଦଯାପନୀ ସନ୍ଧ୍ୟାରେ ହିଙ୍ଗୁଳା ଖଣିର ଜେନେରାଲ ମ୍ୟାନେଜର ଏ.କେ.ସ୍ୱର୍ଣ୍ଣକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓସିଏ ଆମ୍ପାୟାର ତ୍ରିନାଥ ସାମନ୍ତ ଓ ତାଳଚେର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରି ବାସନ୍ତୀ ଟିମର ଆସିସଙ୍କୁ ବେଷ୍ଟ ପ୍ଲେୟର , ବିବେକଙ୍କୁ ବେଷ୍ଟ ଆଟାକର ଓ ଗୋବରାର ସମ୍ବିତଙ୍କୁ ବେଷ୍ଟ ସେଟର ଭାବେ ପୁରସ୍କୃତ କରା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଫ୍ରେଣ୍ଡସ ଭଲିବଲ କ୍ଲବର ସଭାପତି ଦୁଖବନ୍ଧୁ ସାହୁ , ଭକ୍ତ ଚରଣ ସାହୁ , ନିରଞ୍ଜନ ପ୍ରଧାନ ଆଦି ସୁଚାରୁ ରୁପେ ପରିଚାଳନା କରିଥିଲେ । Advertisement
କମାଣ୍ଡୋ-୧୧ ଚମ୍ପିୟାନ ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ…
ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ପାଇଁ ପଞ୍ଜୀକରଣ ଆରମ୍ଭ ଅନୁଗୁଳ – ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ (ପୂର୍ବରୁ ଟାଟା ଷ୍ଟିଲ ମେରାମଣ୍ଡଳୀ…
ଦଶନ୍ଧି ପରେ କ୍ରୀଡା ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚିତ ଅନୁଗୋଳ – ଅନୁଗୋଳ ଜିଲ୍ଲା କ୍ରୀଡା ସଂସଦ ଦୀର୍ଘ ବର୍ଷର ହେଲା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଥିଲା । ଗଣମାଧ୍ୟମରେ ବାରମ୍ବାର ଏ ନେଇ ଖବର…