ସମସ୍ୟା କ୍ଷତିଗ୍ରସ୍ତ ପ୍ରଜାଙ୍କର ଆନ୍ଦୋଳନ Angul OnlineFebruary 13, 2023February 13, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ରେଙ୍ଗାଳୀ ଜଳ ସେଚନ ପ୍ରକଳ୍ପର ଭୁ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ସମଲ ବ୍ୟାରେଜ ଦ୍ୱାରା କ୍ଷତିଗ୍ରସ୍ତ ୬ ଖଣ୍ଡ ଗ୍ରାମର ଥଇଥାନ ନିମନ୍ତେ ଆଗାମୀ ୧୭ ତାରିଖରେ ହେବାକୁ ଥିବା ବୈଠକ ପାଇଁ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ କୌଣସି ପ୍ରତିନିଧିଙ୍କ ନାମ ନଥିବା ନେଇ ଅଭିଯୋଗ କରିଛି ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ । କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ RRC ବୈଠକରେ ପ୍ରତିନିଧିତ୍ୱ କରିବାକୁ ଦିଆଗଲେ ସେମାନେ ସେମାନଙ୍କର ମୁଖ୍ୟ ସମସ୍ୟା ଗୁଡିକୁ ଉପସ୍ଥାପନା କରି ସମସ୍ୟାର ସମାଧାନ କରିପାରିବେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶତାଧିକ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ତାଳଚେର ଠାରେ ଥିବା ରେଙ୍ଗାଳୀ ସ୍ଵତନ୍ତ୍ର ଭୁ ଅର୍ଜନ ପୁନର୍ବାସ ଓ ଥଇଥାନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖୁବ ଶୀଘ୍ର ବାସଚ୍ୟୁତ ସଙ୍ଘର ପ୍ରତିନିଧିଙ୍କ ନାମକୁ କମିଟିରେ ଯୋଡ଼ା ନଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛି ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ । Advertisement
କ୍ଷତିଗ୍ରସ୍ତଙ୍କ ନିଯୁକ୍ତି ଦାବିରେ ଅନଶନରେ ବସିଲେ ବିଧାୟକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ତଥା ଏସ.ଏ.ପି ଲିଷ୍ଟରେ ସାମିଲ ଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ଆଜି ସକାଳୁ…
ବିଶ୍ୱ ପରିବେଶ ଦିବସ ପାଇଁ ଗଛ ଲଗାଇ ୧୦ ଦିନ ପରେ ଉପାଡ଼ିଦେଲେ ଅନୁଗୋଳ – ବିଶ୍ୱ ପରିବେଶ ଦିବସରେ ଗଛ ଲଗାଇଲେ । ଦୁଇ ସପ୍ତାହେ ଯାଇ ନଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଚାରାକୁ ବୁଲଡୋଜର ଲାଗାଇ ଉପାଡ଼ିଦେଲେ ।…
ଏମସିଏଲ ଠିକା ସଂସ୍ଥା ହାତକୁ ଟେକିଦେଲା ସାଇଲୋ – ଧାରଣାରେ ଟ୍ରେଡ ୟୁନିଅନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ଭରତପୁର ସାଇଲୋକୁ ଠିକା ସଂସ୍ଥା ହାତକୁ ଏମସିଏଲ ଟେକି ଦେଇଥିବାରୁ ଏହାକୁ ବିରୋଧ କରି ଧାରଣାରେ ବସିଥିଲେ ଏମସିଏଲର…