ଅପରାଧ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ – ବୃଦ୍ଧ ଗିରଫ Angul OnlineFebruary 13, 2023February 13, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ବାପା ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ୫୭ ବର୍ଷୀୟ ପ୍ରସନ୍ନ ବାଘଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି । ପୁଲିସ କହିବା ଅନୁସାରେ , ଗତ ୧୦ ତାରିଖ ପୂର୍ବାହ୍ନ ୧୦ଟାରେ ଅଭିଯୁକ୍ତ ପ୍ରସନ୍ନ ସମ୍ପୃକ୍ତା ଯୁବତୀଙ୍କ ଘରକୁ କୌଣସି କାର୍ଯ୍ୟରେ ଯାଇଥିଲେ । ହେଲେ ଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଏକୁଟିଆ ଦେଖି ପ୍ରସନ୍ନ ଦୁଷ୍କର୍ମ କରିଥିଲେ । ପ୍ରସନ୍ନ ଯୁବତୀଙ୍କ ଘରୁ ଚାଲିଯାଉଥିବା ବେଳେ ପଡ଼ୋଶୀ ତାଙ୍କୁ ଆସିବାର କାରଣ ପଚାରିଥିଲେ । ପ୍ରସନ୍ନ ବଳଦ ପାଇଁ ଆସିଥିବା କହି ପଳାଇ ଯାଇଥିଲେ । ହେଲେ ଯୁବତୀଙ୍କ ବାପା ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି । ଅଭିଯୋଗ ମିଳିବା ପରେ କେସ ନଂ. ୨୩/୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଓ ଯୁବତୀଙ୍କ ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଖମାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିଆରୀ ସୂଚନା ଦେଇଛନ୍ତି । Advertisement
ହାତୀଦାନ୍ତ ସହ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ଚାଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିବା…
ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ସକାଳ ୯ ଟା ବେଳେ ଏକ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ…
ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ , ବାପା-ପୁଅ ଗିରଫ ଅନୁଗୁଳ – ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେବା ଆଉ ଟଙ୍କା ଫେରସ୍ତ ମାଗିବା ବେଳେ ଗାଳିଗୁଲଜ କରିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି…