ଅପରାଧ ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ Angul OnlineFebruary 17, 2023February 17, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଚଉରାଡ଼ିହ ଗାଁର ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଦାଲତର ବିକି ଓରଫ ପ୍ରଶାନ୍ତ ସାହୁ(୩୫) ନାମକ ଜଣେ ଯୁବକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ , ଗୋତମରା ଗାଁ ବୁଦ୍ଧିଆ ପୋଖରୀରେ ଚଉରଡିହ ଗାଁର ପ୍ରଦ୍ୟୁମ୍ନ ସାହୁଙ୍କ ମୃତଦେହ ଗତ ୨୦୧୦ ମସିହା ସେପ୍ଟେମ୍ବର ୬ ତାରିଖରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ୩ ଦିନ ଆଗରୁ ସେ ନିଖୋଜ ଥିଲାବେଳେ ପୋଖରୀରୁ ତାଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ବଅଁରପାଳ ପୁଲିସ ଏନେଇ ୧୫୮/୨୦୧୦ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ , ପ୍ରଦ୍ୟୁମ୍ନ ଘଟଣାଦିନ ତାଙ୍କ ସଂପର୍କୀୟ ଭାଇ ସରୋଜ ସାହୁ ଓ ସାଙ୍ଗ ପ୍ରଶାନ୍ତ ସାହୁଙ୍କ ସହ ପୋଖରୀ ନିକଟରେ ଭୋଜି କରିଥିବା ଜଣାପଡ଼ିଥିଲା। ଭୋଜି ସମୟରେ ପ୍ରଶାନ୍ତ ଓ ସରୋଜ ମଦ୍ୟପାନ କରି ପ୍ରଦ୍ୟୁମ୍ନଙ୍କୁ ଏଟିଏମ୍ କାର୍ଡ ମାଗିଥିଲେ । କାର୍ଡ ନ ଦେବାରୁ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ମାଡ଼ ଖାଇବା ପରେ ପ୍ରଦ୍ୟୁମ୍ନ ତାଙ୍କୁ ଡେବିଟ କାର୍ଡ ଦେବା ସହ ପିନ୍ ନମ୍ବର ଦେଇ ଦେଇଥିଲେ। ଏହା ପରେ ସେମାନେ ପ୍ରଦ୍ୟୁମ୍ନଙ୍କୁ ମାରି ପଥର ବାନ୍ଧି ପୋଖରୀରେ ଫିଙ୍ଗି ଦେଇଥିଲେ। ଦୁଇ ଅଭିଯୁକ୍ତ ଏହି ଡେବିଟ୍ କାର୍ଡ ନେଇ ବଅଁରପାଳରେ ଥିବା ଏକ ଏଟିଏମ୍ ରୁ ଟଙ୍କା ଉଠାଇବା ପରେ ପୁଲିସର ସନ୍ଦେହ ହୋଇଥିଲା। ପୁଲିସ ସେମାନଙ୍କୁ ଗିରଫ କରି ପଚରାଉଚରା କରିଥିଲା । ପଚରାଉଚରା ବେଳେ ସେମାନେ ହତ୍ୟାକାଣ୍ଡ ବିଷୟରେ ମାନି ଯାଇଥିଲେ । ଏହି ମାମଲାର ବିଚାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ୩୪ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଆଜି ରାୟ ଶୁଣାଇଥିଲେ । ତେବେ ବିଚାର ଚାଲିଥିବା ସମୟରେ ବେଲରେ ଯାଇଥିବା ଅଭିଯୁକ୍ତ ସରୋଜ ସାହୁଙ୍କ ମୃତ୍ୟୁ ହୋଇଯାଇଛି। ଏପଟେ ଗତ ୨୦୧୮ରେ ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ ଅଭିଯୁକ୍ତ ପ୍ରଶାନ୍ତ ସାହୁ ବେଲରେ ଯାଇ ଫେରାର୍ ହୋଇଯାଇଥିଲେ। ୨ଦିନ ତଳେ ତାଙ୍କୁ ପୁଲିସ ପ୍ରଶାନ୍ତଙ୍କୁ ଗିରଫ କରିବା ପରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷୀ ମାମଲାର ରାୟ ଗୁରୁବାର ପ୍ରକାଶ କରିଛନ୍ତି। ଆଇପିସିର ଦଫା ୩୦୨ରେ ପ୍ରଶାନ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହେବା ସହ ୨୦ ହଜାର ଜରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ। Advertisement
ଗଞ୍ଜେଇ ସହ ଧରା ପଡିଲେ ବ୍ୟାଙ୍କ କ୍ୟାସିୟର – ୧୬୫ କେଜି ଗଞ୍ଜେଇ ଜବତ adv ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଲସା ଗ୍ରାମ ରାସ୍ତା ନିକଟରେ ରବିବାର ବିଳମ୍ବିତ ରାତିରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢାଉ କରି…
ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!! ଅନୁଗୁଳ – ଅନୁଗୁଳ ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ଗ୍ରାମପଞ୍ଚାୟତ ତାଳବିଜପୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟୋଇ ଯାଇଛି । ଏକ ତରଫା ପ୍ରେମରୁ ଜଣେ ଯୁବକଙ୍କର…
ଇକୋ ପାର୍କ ନିକଟରୁ ୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ମୁଖ୍ୟ ପାର୍କ ନିକଟରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଅଭିଯୁକ୍ତ…