ମୁଖ୍ୟ ଖବର ଜାତୀୟ ରାଜପଥ ସମ୍ପ୍ରସାରଣର ତଦାରଖ କଲେ ଉପଜିଲ୍ଲାପାଳ Angul OnlineFebruary 17, 2023February 17, 2023 ଅନୁଗୋଳ – ଆଜି ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ଅନୁଗୋଳ ଠାରୁ ବଇଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ – ୫୫ର ସମ୍ପ୍ରସାରଣ , ଓଭର ବ୍ରିଜ୍ , ଫ୍ଲାଇ ଓଭର , ବନ୍ୟଜନ୍ତୁ ଯିବା ଆସିବା ପଥ ଇତ୍ୟାଦିର ଅନୁଧ୍ୟାନ କରିବା ସହ ଏହାର ଅଗ୍ରଗତି ଉପରେ ସମୀକ୍ଷା ପରେ ଏହି ରାସ୍ତା ନିର୍ମାଣ କରୁଥିବା ଏ ଆଇ ପି ଏଲ୍ କମ୍ପାନୀର ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟ ସମାପନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାସ୍ତା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସାନ୍ତାରାପୁର ଓ କତଡାର ୨ଟି ବିଦ୍ୟାଳୟ ସ୍ଥାନାନ୍ତରିକରଣ , ସେହି ଗ୍ରାମର ପାର୍ଶ୍ବବର୍ତୀ ଅଞ୍ଚଳରେ ବିଦ୍ୟାଳୟ ଗୃହର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏହାକୁ ତୁରନ୍ତ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । କତଡା ଠାରେ ଏକ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ସ୍ଥାନ ପର୍ଯ୍ୟବେକ୍ଷଣ କରିଥିଲେ । ଅନୁଗୋଳ ଠାରୁ ଆଠମଲ୍ଲିକ ରାଜପଥର ମଧ୍ୟ ପର୍ଯ୍ୟବେକ୍ଷଣ କରିଥିଲେ । ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଥିବା ଗ୍ରାମବାସୀ ଓ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ନିମନ୍ତେ ଜାତୀୟ ରାଜପଥର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଜରପଡା ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ଚଳିତ ବର୍ଷର ରାଜସ୍ୱ ସଂଗ୍ରହ ସମ୍ପର୍କରେ ସମୀକ୍ଷା କରିବା ସହ ଧାର୍ଯ୍ୟଲକ୍ଷ୍ୟ ପୁରଣ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ତରଣୀ ସୁନା , ବଅଁରପାଳ ତହସିଲଦାର ଶ୍ରୀ ସଚ୍ଚିଦାନନ୍ଦ ନାୟକ , ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା , କିଶୋରନଗର ତହସିଲଦାର ଶ୍ରୀ ଶାନ୍ତି ସ୍ବରୁପ ମିଶ୍ର , ଜିଲ୍ଲା କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶ୍ରୀ ସୁକାନ୍ତ କୁମାର ସାହୁ , ଏଆଇ ପି ଏଲର ଏ ଜି ଏମ୍ ପ୍ରମୁଖ ଯୋଗ ଦେଇଥିଲେ । Advertisement
ୱେଲଡିଙ୍ଗ୍ ଦୋକାନ ଘରୁ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ଏକ ୱେଲଡିଙ୍ଗ୍ ଦୋକାନରୁ ୱେଲଡିଙ୍ଗ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ…
ସ୍ଵାମୀ ସହ ଆସି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ ଅନୁଗୁଳ – ସ୍ଵାମୀ ସହ ବୁଲିବାକୁ ଆସିଲେ । ଆଉ ମଉକା ଦେଖି ପ୍ରେମିକ ସହ ଛୁ ମାରିଲା ଗୋଟିଏ ସନ୍ତାନର ମା । ଏଭଳି ଘଟଣା…
ଭଉଣୀକୁ ହତ୍ୟା ଘଟଣାରେ ଭାଇ ସମେତ ତିନି ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମରେ ଘର ସମ୍ପତ୍ତିରେ ଭାଗକୁ ନେଇ ଭଉଣୀକୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଭାଇ ସମେତ…