ଅପରାଧ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ Angul OnlineFebruary 18, 2023February 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି । କାରରେ ଚୋରା ମଦ ଚାଲାଣ ହେଉଥିବା ବେଳେ ଧରିବାରେ ସଫଳ ହେବା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲାକୁ ବାହାର ଜିଲ୍ଲାରୁ ଚୋରା ମଦ ଆସୁଥିବା ଖବର ମିଳିଥିଲା । ଏହି ଖବର ମିଳିବା ପରେ ଅବକାରୀ ବିଭାଗ ବେଶ ସଜାଗ ଥିଲା । ଅନୁଗୋଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦେଶ ଅନୁସାରେ ସଦର ଅବକାରୀ ଥାନା ୨ ର ଅଧିକାରୀ ଆମ୍ବପାଳ ଠାରେ ଏକ ହୋଣ୍ଡା ଆମେଜ କାରକୁ ଅଟକାଇ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ କାରରୁ ୪୦୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଏଥିପାଇଁ କାରରେ ଥିବା ଜିତେନ୍ଦ୍ର ସେନାପତି ଓ ତପନ ଜେନାକୁ ଗିରଫ କରାଯାଇଥିଲା । ସେହିଭଳି ଅବକାରୀ ସଦର ଥାନା ଅଧିକାରୀ ହେମସୁରପଡା ଦୁର୍ଗରେ ମଣ୍ଡପ ନିକଟରେ ଏକ ମାରୁତି ସୁଜୁକି ୱାଗନର କାରରୁ ୩୦୦ ଲିଟର ଦେଶୀ ମଦ ଜବତ କରିଥିଲା । ଏହି ମଦ ଚାଲାଣ ଅଭିଯୋଗରେ ପ୍ରଶାନ୍ତ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉଭୟ ଘଟଣାରେ ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ୫୦ ହଜାର ଟଙ୍କା ହେବ । Advertisement
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର – ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ…
ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ…
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…