ଅପରାଧ ଘର ମାଲିକଙ୍କୁ ମାଉଜର ଓ ଭୁଜାଲିରେ ଆକ୍ରମଣ କରି ଲୁଟ Angul OnlineFebruary 22, 2023February 22, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବନମାଳିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଭୁଜାଲି ଓ ବନ୍ଧୁକ ଦେଖାଇବା ସହ ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଗାଁର କାଠିଆ ସାହୁ ଓ ତାଙ୍କ ପତ୍ନୀ ଘରେ ଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଘର ଆଗକୁ ଆସି ପାଣି ମାଗିଥିଲେ । ପାଣି ପିଇବା ବାହାନାରେ କାଠିଆଙ୍କୁ ଘର ନିର୍ମାଣ କାମ କଥା ବୁଝାବୁଝି କରି ଘର ଭିତରକୁ ପଶି ଯାଇଥିଲେ । ଆଉ ହଠାତ ଭୁଜାଲି ଓ ବନ୍ଧୁକ ଦେଖାଇ କାଠିଆ ଏବଂ ତାଙ୍କ ପତ୍ନୀଙ୍କୁ ଭୟଭୀତ କରି ଟଙ୍କା ସୁନା ମାଗିଥିଲେ । କାଠିଆ ପ୍ରତିବାଦ କରିବାରୁ କାଠିଆଙ୍କ ମୁଣ୍ଡ ଓ ହାତକୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ଼ ମାରିଥିଲେ । ପରେ ଘରେ ଥିବା ଟଙ୍କା ନେବା ସହ କାଠିଆଙ୍କ ସ୍ତ୍ରୀଙ୍କ ବେକରେ ଥିବା ମଙ୍ଗଳସୁତ୍ର ନେଇ ଚମ୍ପଟ ମାରିଥିଲେ । ଗଲା ବେଳକୁ ସେମାନେ ସେମାନଙ୍କ ଭୁଜାଲି ଓ ପିସ୍ତଲ ଛାଡି ପଳାଇଥିବା ଜଣା ପଡ଼ିଛି । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାଠିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ କରୁଛି । Advertisement
ଫାଣ୍ଡିରେ ପଶିଲେ – ଯାହା ପାରିଲେ ଭାଙ୍ଗିଲେ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ଯୁବକଙ୍କ ଉନ୍ମତ କାଣ୍ଡ । ବିନା ଅନୁମତିରେ ଜମିରେ ବୋର ୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ…
ପ୍ରେମିକା ସାମନାରେ ପ୍ରେମିକକୁ ପିଟିପିଟି ହତ୍ୟା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ସାନଗୋବିନ୍ଦପୁର ଗ୍ରାମର ଶବର ସାହିରେ ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା କରା ଯାଇଛି l…
ପୁଅର ମୁଥ ମାଡରେ ମା’ର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ…