ଅପରାଧ ବଜାର ଭିତରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା Angul OnlineFebruary 25, 2023February 25, 2023 ଅନୁଗୋଳ – ଅନୁଗୋଳ ସହର ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧୂକ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି । ଶୁକ୍ରବାର ବଲାଶିଙ୍ଗା ବାଲି ସାହିର ବେପାରୀ ପ୍ରକାଶ ବିଶ୍ବାଳ ଦୋକାନ ପାଇଁ ରାସନ୍ ସାମଗ୍ରୀ ନେବାକୁ ଶାନ୍ତି ବଜାର ଯାଇଥିଲେ । ସେ ଏକ ମାଲବାହୀ ଅଟୋରେ ଜିନିଷ ରଖିବା ବେଳେ ଲକ୍ଷେ ବାର ହଜାର ଟଙ୍କା ଏବଂ ମୋବାଇଲକୁ ହାଣ୍ଡ ବ୍ୟାଗରେ ରଖି ଗାଡ଼ିରେ ଥୋଇଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ଟଙ୍କା ବ୍ୟାଗ୍ ଉଠାଇ ନେଇ ପଳାଇଥିଲେ । ଏନେଇ ସେ ଅନୁଗୋଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ଚୋରା ଦେଶୀ ବନ୍ଧୁକ ସହ ୪ ଗିରଫ ପାଳଲହଡା – ନିଜ ଘରେ ଚୋରା ଦେଶୀ ବନ୍ଧୁକ ରଖିବା ଅପରାଧରେ ୪ ଜଣକୁ ଗିରଫ କରିବା ସହ ପାଲଲହଡା ପିଲିସ ୪ ଟି ଦେଶୀ ବନ୍ଧୁକ…
ମାଡପିଟ ଅଭିଯୋଗରେ ସରପଞ୍ଚ ଗିରଫ ତାଳଚେର – ଅନୁଗୁଳ ତାଳଚେର ବ୍ଲକ ଅନ୍ତର୍ଗତ କୋଲିୟରୀ ଥାନା ନିକଟସ୍ଥ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରୀତିଶ ପ୍ରଧାନ ସେହି ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ…
ସ୍ୱତନ୍ତ୍ର ଟାସ୍କ ଫୋର୍ସର ଚଢାଉ – କୋଇଲା ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା…