ଅପରାଧମୁଖ୍ୟ ଖବର ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ Angul OnlineFebruary 1, 2021February 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ ୩୬ଟି ସ୍ଥାନରେ ଏହି ସେବା ଆରମ୍ଭ ହୋଇଛି । ଅନୁଗୁଳରେ ମଧ୍ୟ ଆଜି ସରକାରଙ୍କ ପକ୍ଷରୁ ଏହି ସେବାର ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କାନଫେରେସିଂ ମାଧ୍ୟମରେ ହାଇୱେ ପେଟ୍ରୋଲିଂ ଭ୍ୟାନର ଉଦଘାଟନ କରିଛନ୍ତି । ଅନୁଗୁଳ ଏସପି କାର୍ଯ୍ୟାଳୟରେ ଏହି ଭ୍ୟାନ ଉଦଘାଟିତ ହୋଇଛି । ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିବାବେଳେ ଜିଲାପାଳ ସିଦ୍ଧାର୍ଥ ସ୍ବାଇଁ, ଏସ ପି ଜଗମୋହନ ମିନା ଓ ଜିଲାର ହାଇୱେ ଉପରେ ଥିବା ସମସ୍ତ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ଗୋଟିଏ ଭ୍ୟାନ ମିଳିଥିବାବେଳେ ଏହା ଅନୁଗୁଳ ଥାନା ଠାରୁ ଜରପଡା ଥାନା ମଧ୍ୟରେ କାର୍ଯ୍ୟ କରିବ ଓ ଏଥିପାଇଁ ସ୍ପେଶାଲ ପୋଲିସ ଅଫିସର ନିୟୋଜିତ ହେବେ ବୋଲି ଅନୁଗୁଳ ଏସ ପି ଜଗମୋହନ ମିନା ସୂଚନା ଦେଇଛନ୍ତି । Advertisement
ଗଞ୍ଜେଇ ସହ ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ…
ପେଟ୍ରୋଲ ପମ୍ପ ଲୁଟିବାକୁ କରୁଥିଲେ ଯୋଜନା – କାବୁ କରିନେଲା ପୁଲିସ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ । ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ…
ନାତିର ଠେଙ୍ଗା ମାଡ଼ରେ ଅଜା ମୃତ ପାଲଲହଡା – ଅନଗୁଳ ଜିଲ୍ଲା ପାଳଲହଡା ଥାନା ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ ଗଣ୍ଡଗୋଳ ଯୋଗୁଁ ନାତିର ଠେଙ୍ଗା…