ଅପରାଧମୁଖ୍ୟ ଖବର ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ Angul OnlineFebruary 1, 2021February 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ ୩୬ଟି ସ୍ଥାନରେ ଏହି ସେବା ଆରମ୍ଭ ହୋଇଛି । ଅନୁଗୁଳରେ ମଧ୍ୟ ଆଜି ସରକାରଙ୍କ ପକ୍ଷରୁ ଏହି ସେବାର ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କାନଫେରେସିଂ ମାଧ୍ୟମରେ ହାଇୱେ ପେଟ୍ରୋଲିଂ ଭ୍ୟାନର ଉଦଘାଟନ କରିଛନ୍ତି । ଅନୁଗୁଳ ଏସପି କାର୍ଯ୍ୟାଳୟରେ ଏହି ଭ୍ୟାନ ଉଦଘାଟିତ ହୋଇଛି । ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିବାବେଳେ ଜିଲାପାଳ ସିଦ୍ଧାର୍ଥ ସ୍ବାଇଁ, ଏସ ପି ଜଗମୋହନ ମିନା ଓ ଜିଲାର ହାଇୱେ ଉପରେ ଥିବା ସମସ୍ତ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ଗୋଟିଏ ଭ୍ୟାନ ମିଳିଥିବାବେଳେ ଏହା ଅନୁଗୁଳ ଥାନା ଠାରୁ ଜରପଡା ଥାନା ମଧ୍ୟରେ କାର୍ଯ୍ୟ କରିବ ଓ ଏଥିପାଇଁ ସ୍ପେଶାଲ ପୋଲିସ ଅଫିସର ନିୟୋଜିତ ହେବେ ବୋଲି ଅନୁଗୁଳ ଏସ ପି ଜଗମୋହନ ମିନା ସୂଚନା ଦେଇଛନ୍ତି । Advertisement
ସାଢ଼େ ଚାରି ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ , ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ତାଳଚେର କୋଲିୟରୀ ଥାନା, ଡେରା ନିକଟରୁ ୪୬ ଗ୍ରାମ ବ୍ରାଉନସୁଗାର ଜବତ । ତାଳଚେର ଅବକାରୀ…
ଶିକାରୀ ହେଲା ଶିକାର – ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଶିକାରୀର ମୃତ୍ୟୁ ଅନୁଗୁଳ – ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଆଜି ଜଣେ ଶିକାରୀ ନିଜେ ଶିକାର ହୋଇଥିବା ଜଣା ପଡିଛି । ଶିକାରୀ ଜଣଙ୍କ ବିଦ୍ୟୁତ ତାର…
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…