ମୁଖ୍ୟ ଖବର ସାଇକେଲକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ Angul OnlineMarch 13, 2023March 13, 2023 ପାଲଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ ବ୍ୟକ୍ତି ସାଇକେଲ ଯୋଗେ କାଇଁସିରିପାଲିଠାରେ ଥିବା ନିଜ ଦୋକାନକୁ ଆସୁଥିଲେ । ଏହି ସମୟରେ ୪୯ ଏବଂ ୧୪୯ ନଂ ଜାତୀୟ ରାଜପଥକୁ ସଂଯୋଗ କରିଥିବା ଛକଠାରେ ତାଳଚେର ଦେଇ କେନ୍ଦୁଝର ଯାଉଥିବା ଏକ ଟ୍ରକ୍ ବ୍ୟକ୍ତି ଜଣଙ୍କୁ ପଛପଟୁ ଧକ୍କା ଦେଇ ବ୍ୟକ୍ତିଙ୍କ ଉପରେ ଚଢ଼ିଯାଇଥିଲା । ବ୍ୟକ୍ତିଙ୍କ ସାଇକେଲଟିକୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପରେ ପାଲଲହଡ଼ା ପୋଲିସ୍ ଗାଡ଼ିଟିକୁ ପିଛା କରିଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ଢେଙ୍କାନାଳ ପରଜଙ୍ଗ ଅଞ୍ଚଳର ୩୯ ବର୍ଷୀୟ କୁନା ବେହେରା ବୟସ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଉକ୍ତ ଛକକୁ ଗୋଲେଇ ଛକ ସହିତ ଟ୍ରାଫିକ୍ ବ୍ୟବସ୍ଥା କରିବା ଓ ମୃତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ରାସ୍ତା ରୋକ କରିଥିଲେ । କାଇଁସିରି ପାଲି ଛକ ଏକ ମୁଖ୍ୟ ଛକ ହୋଇଥିବା ବେଳେ ଏଠାରେ ପୋଲିସର କୌଣସି ବ୍ୟବସ୍ଥା ନ ଥିବାରୁ ଏପରି ସ୍ଥିତି ଉପୁଜୁଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ତେବେ କୁନା ଦୀର୍ଘ ୧୫ ବର୍ଷ ଧରି ପାଲଲହଡ଼ା କାଇଁସିରି ପାଲି ଗ୍ରାମରେ ନିଜର ଓଲ୍ଡିଂ ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । Advertisement
ଭିଜିଲାନ୍ସ ପଞ୍ଝାରେ ଡି ଏଫ୍ ଓ – ବାବୁଙ୍କ ୧୧୫ ପ୍ଲଟ ଅନୁଗୁଳ – ଓଡିଶା ଭିଜିଲାନ୍ସ ବିଭାଗ ରବିବାର ଦିନ କେନ୍ଦୁଝର କେନ୍ଦୁ ଲିଫ୍ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରି ତାଙ୍କର ଆୟବର୍ହିଭୂତ ସମ୍ପତ୍ତିକୁ…
ଟ୍ରକ ପଛରେ ପିଟିହେଲା ଯାତ୍ରୀବାହି ବସ – ୧୫ ରୁ ଅଧିକ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେବଗଡ-ଅନୁଗୁଳ ରାସ୍ତା ନିଶା ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ ଜଣରୁ ଅଧିକ ଆହତ ହୋଇଥିବା ଜଣା…
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…