ମୁଖ୍ୟ ଖବର ଡିଜେ ସାଉଣ୍ଡ ଉପରେ କଟକଣା ଲଗାଇଲା ପ୍ରଶାସନ Angul OnlineMarch 15, 2023March 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ଉପଖଣ୍ଡରେ ଡିଜେ ସାଉଣ୍ଡ ଉପରେ ପ୍ରଶାସନ କଟକଣା ଲଗାଇଛି । ଏହା ସହ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉପଖଣ୍ଡସ୍ତରୀୟ ଉପ-ଜିଲ୍ଲାପାଳ ମାନେ ନିର୍ଦେଶ ଦେଇଛନ୍ତି । ବାହାଘର , ପୂଜା ପାର୍ବଣ ଆଦିରେ ଡିଜେର ବହୁଳ ବ୍ୟବହାର ହେଉଛି । ଏହି ଡିଜେ ଶବ୍ଦ ଯୋଗୁଁ ଶବ୍ଦ ପ୍ରଦୂଷଣ ହେବା ସହ ବେଳେ ବେଳେ ଲୋକଙ୍କ ଜୀବନ ଯାଉଛି । ଏଥିପାଇଁ ଏହା ଉପରେ ରୋକ ଲଗାଇବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି । ବାହାଘର, ବ୍ରତଘର ଏବଂ କୌଣସି ଯାନିଯାତ୍ରା ହେଲେ ୬୫ ଡେସିବେଲ ସ୍ୱରରେ ସାଉଣ୍ଡ ବାଜିବା ନିୟମ ରହିଛି । ଏହି ଉଚ୍ଚ ବିକଟାଳ ଶବ୍ଦ ପ୍ରଦୂଷଣକାରୀ ଡିଜେ ସାଉଣ୍ଡକୁକୁ ଅନୁଭବ କରି ଅନୁଗୋଳ ଜିଲ୍ଲା ଅନୁଗୋଳ ଓ ତାଳଚେର ଉପଖଣ୍ଡ ଅଞ୍ଚଳରେ ଏହି ଡିଜେକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଘୋଷଣା ହୋଇଛି । ତାଳଚେର ଓ ଅନୁଗୋଳ ଉପଜିଲ୍ଲାପାଳ ଙ୍କ ଅନୁମୋଦନ କ୍ରମେ ସମସ୍ତ ତହସିଲଦାର ଓ ଥାନା ଅଧିକାରୀ ମାନଙ୍କୁ ନୋଟିସ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଯଦି କୌଣସି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଏହି ନିୟମାବଳୀକୁ ଉଲଂଘନ କରୁଥିବା ନଜରକୁ ଆସିବ ତେବେ ଉକ୍ତ ଡିଜେର ସମସ୍ତ ଜିନିଷପତ୍ର ଜବତ କରାଯିବା ସହ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶ ଦିଆଯାଇଛି । Advertisement
ଜିଲ୍ଲାରେ ବଢିଛି କରୋନା ଟେଷ୍ଟିଙ୍ଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦମନ କରିବାକୁ ଜିଲ୍ଲାପାଳ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ।…
ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଅଦଳବଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ନୂଆ ବର୍ଷରେ ନୂଆ ଏସ୍ପି ଭାବେ…
୧୨ତମ ଆରପିଡିଏସି ବୈଠକ – ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ବିଳମ୍ବ ଯୋଗୁଁ ରାଜସ୍ବ କମିଶନର ଅସନ୍ତୋଷ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ବିଭିନ୍ନ କୋଇଲା ଖଣି ପାଇଁ ମଙ୍ଗଳବାର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି…