ମୁଖ୍ୟ ଖବର ଟ୍ରେନରୁ ପଡି ଜଣେ ମୃତ Angul OnlineMarch 15, 2023March 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବେଣାଗାଡ଼ିଆ ନିକଟରେ ଚଳନ୍ତା ଟ୍ରେନରୁ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର ଛବିନ୍ଦ୍ର କୁମାର ଗୋଛୟତ ବୋଲି ଜଣା ପଡ଼ିଛି । ସେ ବଡ଼ମାଳ ଅଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ । ଆଜି ସକାଳେ ବେଣାଗାଡ଼ିଆ ରେଳ ଧାରଣା କଡରୁ ତାଙ୍କ ମୃତଦେହ ଠାବ ହେବା ପରେ ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତ ପରେ ଅନୁଗୋଳ ସଦର ଥାନା ପୁଲିସକୁ ମାମଲା ହସ୍ତାନ୍ତର କରାଯାଇଛି । ତେବେ ସେ ପୁରୀ-ଦୁର୍ଗ ଟ୍ରେନରେ ଯାତ୍ରା କରୁଥିବା ବେଳେ କୌଣସି କାରଣ ବଶତଃ ଟ୍ରେନରୁ ପଡି ଯାଇଥିବା ସନ୍ଦେହ କରା ଯାଉଛି । Advertisement
୧ ତାରିଖ ଦୁଇ ଘଣ୍ଟିଆ ରାଜପଥ ଅବରୋଧ କରିବ ବିଜେଡି ଅନୁଗୁଳ – ଆସନ୍ତା ୧ ତାରିଖରେ ଆନ୍ଦୋଳନକୁ ଓଲ୍ହାଇବ ବିଜେଡି । ମୁଖ୍ୟତଃ ଜାତୀୟ ରାଜପଥ ଗୁଡିକର ଦୁରବସ୍ଥା ଓ ଏମ୍ ସି ଏଲ ବିସ୍ଥାପନ ନେଇ…
ବଡ ଧରଣର ନକଲି କାଗଜପତ୍ର ରାକେଟ ପର୍ଦାଫାସ – ଡି.ଏଲ. , ପ୍ୟାନ କାର୍ଡ , ଆଧାର କାର୍ଡ ଜବତ ତାଳଚେର – ଅନୁଗୁଳ ଜିଲ୍ଲାରେ ସକ୍ରିୟ ହୋଇ ଉଠିଥିବା ଏକ ନକଲି ଜରୁରୀ କାଗଜପତ୍ର ରାକେଟର ପର୍ଦାଫାସ କରିଛି ପୁଲିସ । ନକଲି ଡ୍ରାଇଭିଙ୍ଗ ଲାଇସେନସ ,…
ଦୁର୍ଘଟଣାରେ ତିନି ମୃତ ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ଦୁନ୍ତ ସଡକ ଦୁର୍ଘଟଣାରେ ୩ ଜଣ ଙ୍କର ମୃତ୍ୟୁ ହୋଇଛି । ଜାଗର…