ମୁଖ୍ୟ ଖବର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ହେବ Angul OnlineMarch 16, 2023March 16, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରଠାରେ ନିର୍ମିତ ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ(ମିମ୍ସାର) କାର୍ଯ୍ୟକ୍ଷମ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଉ ନାହିଁ କି ଏହାକୁ କାର୍ଯ୍ୟକାରୀ କରିବାର କୌଣସି ଆଗ୍ରହ ଦେଖା ଯାଉ ନାହିଁ । ଫଳରେ ଏହି ମେଡ଼ିକାଲ କଲେଜ ହେଲେ ଅଞ୍ଚଳବାସୀ ଯେଉଁ ସୁଫଳ ପାଇବେ ବୋଲି ଆଶା ରଖା ଯାଇଛି , ତାହା ମଉଳି ଯାଉଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି । ଏହି ମେଡିକାଲ କଲେଜକୁ ଚଳିତ ବର୍ଷ କାର୍ଯ୍ୟକାରୀ କରିବା ଏବଂ ରୋଗୀ ସେବା ଆରମ୍ଭ କରିବା ପାଇଁ ମାର୍ଚ୍ଚ ୩୦ ସୁଦ୍ଧା ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ କମିଟି ଦାବି କରିଛି । ଏହା ନ ହେଲେ ଆସନ୍ତା ଅପ୍ରେଲ୍ ୧ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯିବ । ଏ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ଡେରାସ୍ଥିତ ଶିବ ମନ୍ଦିର ପରିସରରେ ଏକ ବୈଠକ କରାଯାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । Advertisement
ଭୁଜାଲିରେ ହାଣି ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୩ ଲକ୍ଷ ୫୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଛେଣ୍ଡିପଦା ଅଞ୍ଚଳରେ । ସୂଚନା…
ସୂଚନା ଫଳକ ଭାଙ୍ଗିଲେ ବିଜେପି କର୍ମୀ !! ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମ ପଞ୍ଚାୟତର କୁମ୍ଭରିଆ ସେତୁ ଉଦଘାଟନ ଫଳକ ଭଙ୍ଗାକୁ ନେଇ ଶାସକ ଦଳ କର୍ମୀଙ୍କ ମଧ୍ୟରେ…
ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ…