ଅପରାଧ ନାବାଳିକା ଦୁଷ୍କର୍ମକାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ Angul OnlineMarch 20, 2023March 20, 2023 ଅନୁଗୋଳ – ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଗତ ୧୪/୧୨/୨୦୨୦ ଦିନ ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଡ ଥାନା ଅର୍ନ୍ତଗତ ଗଣ୍ଡମୁଣ୍ଡା ଗ୍ରାମର ଦିଲେଶ୍ୱର୍ ବେହେରା ଜନୈକା ନାବାଳିକାକୁ ପ୍ରଲୋଭନ ଦେଖାଇ ନିକଟସ୍ଥ ନଦୀ ପଠାକୁ ଡ଼ାକି ନେଇଥିଲା । ସେଠାରେ ନାବାଳିକାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହି ଘଟଣା ସଂପର୍କରେ ନାବାଳିକାର ପରିବାର ଲୋକ ଜାଣିବା ପରେ ରେଙ୍ଗାଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଦଫା ୩୭୬(ଏ)(ବି)/୬(୧) ପୋକ୍ସୋ ଆକ୍ଟରେ ମାମଲା ରୁଜୁକରି ଅଭିଯୁକ୍ତ ଡିଲେଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ପ୍ରେମରାଜ ବହିଦାର ଏହି ମାମଲାର ଶୁଣାଣି କରି ୧୧ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଡିଲେଶ୍ଵର୍ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାସହ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ସୁଶାନ୍ତ କୁମାର ମିଶ୍ର କେଶ୍ ପରିଚାଳନା କରିଥିଲେ । Advertisement
ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଲାଞ୍ଚୁଆ କିରାଣୀ ଅନୁଗୋଳ – ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଜିଲ୍ଲାପାଳ କାର୍ଯ୍ୟାଳୟର ଜୁନିଅର କ୍ଲର୍କ ପଙ୍କଜିନି ବିଶ୍ୱାଳ । ପଙ୍କଜିନି ୨୦୧୭ ମସିହାରେ ଅନୁଗୋଳ ତହସିଲ ଅଫିସରେ କାର୍ଯ୍ୟରତ…
ସମ୍ପତ୍ତି ପାଇଁ ଭାଇକୁ ମରଣାନ୍ତକ ଆକ୍ରମଣ ଅନୁଗୁଳ – ସମ୍ପତ୍ତି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । ଜଣେ ଭାଇର ଆକ୍ରମଣରେ ଆଉ ଜଣେ ଭାଇ ଗୁରୁତର ଥିବା ବେଳେ ଅବସ୍ଥା ଗୁରୁତର ହେବାରୁ…
ନକଲି ସୁନା ବିକିବାକୁ ଯାଇ ଧରା ପଡିଲେ ତିନି ଠକ ଅନୁଗୁଳ – ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସୁନା ପାଇଛୁ । ଆମେ ବିକିଦେବୁ , ଯାଞ୍ଚ କରି ଦେଖନ୍ତୁ , ଯଦି ଠିକ…