ବାଣିଜ୍ୟ ରେଳବାଇ ଓ ଜେଏସ୍ପିଏଲ୍ ମଧ୍ୟରେ ଥିବା ସମନ୍ୱୟ ଆହୁରି ବୃଦ୍ଧି ହେବ – ଡିଭିଜନାଲ୍ ରେଲ୍ୱେ ମାନେଜର Angul OnlineFebruary 4, 2021February 4, 2021 ଅନୁଗୁଳ – ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍ର ଡିଭିଜନାଲ୍ ରେଲ୍ୱେ ମାନେଜର ଶୀକାନ୍ତ ସିଂହ ଆଜି ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର (ଜେଏସ୍ପିଏଲ୍)ର ଅନୁଗୁଳ ସମନ୍ୱୀତ ଇସ୍ପାତ କାରଖାନା ପରିଦର୍ଶନ କରି ଉଭୟ ରେଳବାଇ ଓ ଜେଏସ୍ପିଏଲ୍ ମଧ୍ୟରେ ଥିବା ସମନ୍ୱୟ ଆହୁରି ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଜେଏସ୍ପିଏଲ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର୍. ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ସିଂହ ଇସ୍ପାତ କାରଖାନା ପରିସର ବୁଲିବା ସହିତ, ଉଭୟ ରେଳବାଇ ଓ ଜେଏସ୍ପିଏଲ୍ ମଧ୍ୟରେ ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଥିଲେ । ଜେଏସ୍ପିଏଲ୍ ଇସ୍ପାତ କାରଖାନାର ଆଗାମୀ ଦିନରେ ତାର କ୍ଷମତା ସଂପ୍ରସାରଣ ଯୋଜନା ରହିଛି । ଏହି ଯୋଜନା ସହିତ ପୂର୍ବତଟ ରେଳର ସମନ୍ୱୟ କରିବା, ଯାହାଦ୍ୱାରା ଜେଏସ୍ପିଏଲ୍ର ଇସ୍ପାତ ଉତ୍ପାଦନ ବୃଦ୍ଧିରେ ରେଳବାଇ ସହଯୋଗ କରିପାରିବ । ରେଳବାଇ ଏବଂ ଶିଳ୍ପ କର୍ତ୍ତୃପକ୍ଷ ଦୀର୍ଘକାଳିନ ଯୋଜନା ଏବଂ ମିଳିତ ଭାବରେ କାର୍ଯ୍ୟ କରିବାଉପରେ ସିଂହ ଗୁରୁତ୍ୱ ପ୍ରଦାନ କାରିଥିଲେ । ଏହି ପରୀପ୍ରେକ୍ଷୀରେ ସେ ଆହୁରି ମଧ୍ୟ କହିଥିଲେ ଯେ “ଆମର ଲକ୍ଷ ହେଉଛି ଏକ ସମୟରେ କାରଖାନା ପରିସର ଭିତରେ ଏବଂ ରେଳ ଟ୍ରାକ୍ରେ କାର୍ଯ୍ୟ କରି ମାଲ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା, ଯାହା ଫଳରେ ଜେଏସ୍ପିଏଲ୍ର କଞ୍ଚାମାଲ ଓ ଉତ୍ପାଦ ପରିବହନରେ କୌଣସି ସମସ୍ୟା ରହିବ ନାହିଁ ” । ଆଜିର ଆଲୋଚନା ଅନୁଯାୟୀ , ଉଭୟ ଜେଏସ୍ପିଏଲ୍ ଏବଂ ପୂର୍ବତଟ ରେଳର ପ୍ରତିନିଧିମାନେ ପାରସ୍ପରିକ ବ୍ୟବସାୟ ଅଭିବୃଦ୍ଧି ନିମନ୍ତେ ମାଲ ପରିବହନ ଆବଶ୍ୟକତା ଏବଂ ଉତ୍ତମ ସମନ୍ୱୟ ସଂପର୍କରେ ପ୍ରତିମାସରେ ବୈକଳ୍ପିକ ଭାବରେ ଅନୁଗୁଳ ଓ ଖୋର୍ଦ୍ଧାରେ ବୈଠକ କରି ଆଲୋଚନା କରିବେ । ଏହା ସହିତ ଜେଏସ୍ପିଏଲ୍ର ରେଳ ପରିବହନ ପାଇଁ ହେଉଥିବା ବିଦ୍ୟୁତ ଆବଶ୍ୟକତା ଓ ବିଦ୍ୟୁତ ଭିତ୍ତିଭୂମରେ ବିକାଶ ବିଷୟରେ ଶ୍ରୀ ସିଂହ ଆଲୋଚନା କରିଥିଲେ । Advertisement
ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5…
ଶ୍ରେଷ୍ଠ ସିଏସଆର ଇମ୍ପାକ୍ଟ ଇନିସିଏଟିଭ୍ ପାଇଁ ଜିନ୍ଦଲ ଷ୍ଟିଲ୍ ଏବଂ ପାୱାର୍ ସମ୍ମାନିତ ଭୁବନେଶ୍ୱର – କର୍ପୋରେଟ୍ ସାମାଜିକ ଦାୟିତ୍ଵ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସମ୍ମାନିତ କରାଯାଇଛି । କୋଲକାତାରେ ୦୮ ସେପ୍ଟେମ୍ବରରେ ଆୟୋଜିତ…
ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ – ସାରା ଭାରତରେ ଗତକାଲି ରୋୟାଲ ଏନଫିଲଡ଼ ର ମିଟିଓର 350 ସିସି ଲଞ୍ଚ ହୋଇଛି । ତେବେ ଅନୁଗୁଳ…