ମୁଖ୍ୟ ଖବର କାନ୍ଥ ପଡି ଶ୍ରମିକ ମୃତ Angul OnlineApril 14, 2023April 14, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଟାଙ୍ଗିରି ଗ୍ରାମପଞ୍ଚାୟତର ନୂଆପଡା ଗ୍ରାମରେ ଘରର କାନ୍ଥ ପଡି ଶୁକ୍ରବାର ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନୂଆପଡା ଗ୍ରାମର ବାମନ ବେହେରା । ସୂଚନା ଅନୁସାରେ ପ୍ରକାଶ ନୂଆପଡା ଗ୍ରାମର ଟୁନା ମହାପାତ୍ରଙ୍କର ପୁରୁଣା ଘରର କାନ୍ଥ ଭାଙ୍ଗିବା ପାଇଁ ସେହି ଗ୍ରାମର ବାମନ ଓ ତାଙ୍କ ପୁଅ ଦୀପକ ବେହେରା ଶ୍ରମିକଭାବେ କାମ କରିବାକୁ ଯାଇଥିଲେ । ଘର ଭଙ୍ଗା ଚାଲିଥିବା ବେଳେ ହଠାତ ଘରର କାନ୍ଥଟି ଭୁଶୁଡି ପଡ଼ିଥିଲା । ଫଳରେ କାନ୍ଥଟି ବାମନଙ୍କ ଉପରେ ପଡି ଯାଇଥିଲା । ଫଳରେ ଘର ମାଲିକ ଓ ଅନ୍ୟ ଶ୍ରମିକ ମାନେ ତୁରନ୍ତ ବାମନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଡାକ୍ତରଖାନା କତୃପକ୍ଷ ପୁଲିସକୁ ଖବର ଦେଇ ଥିଲେ ଖବର ପାଇ ବାଗଡିଆ ଥାନା ପୁଲିସ ଡାକ୍ତରଖାନାରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଚଳାଇଛି । Advertisement
ଜାତୀୟ ରାଜପଥ ପାଇଁ ଉଚ୍ଚ ସ୍ତରୀୟ ବୈଠକ – ଦେଢ ମାସ ଭିତରେ ସରିବ ମରାମତି କାମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଆଜି ଅନୁଗୁଳ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ…
ଖଣିରେ ବିଦ୍ଯୁତ ଆଘାତରେ ଶ୍ରମିକ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣିରେ ଆଜି ଏକ ଅଘଟଣ ଘଟି ଯାଇଛି । ଖଣିରେ ବିଦ୍ୟୁତ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ…
ହାଇୱା ଧକ୍କାରେ ଭାଇ ମୃତ , ଭଉଣୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର…