ଖେଳ ଓ ଖେଳାଳି ଗଣପତ କପ୍ କ୍ରିକେଟ୍ – ମୁନ୍ ଏକାଦଶ ବିଜୟୀ Angul OnlineApril 18, 2023April 18, 2023 ଅନୁଗୋଳ – ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଅନୁଗୋଳ ଫାଇଟର୍ସକୁ ହରାଇ ମୁନ୍ ଏକାଦଶ ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଜୟୀ ହୋଇଛି । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଚମ୍ପିଆନ ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଅନୁଗୁଳ ବାର୍ ଆସୋସିଏସନ ସଭାପତି ଦିଲୀପ ସାହୁ, ସମାଜସେବୀ କାଳିଆ ରଣା, କରଣ ସିଂହ ସିକ୍ୟୁରିଟି ସଂସ୍ଥାର ଇନ୍ଚାର୍ଜ ଭବାନୀ ଶଙ୍କର ନାୟକ ଯୋଗ ଦେଇଥିଲେ । ଗଣପତ୍ କ୍ଲବ୍ର ସଭାପତି ଚନ୍ଦ୍ରକାନ୍ତ ପ୍ରଧାନ, ସଂପାଦକ ସନ୍ଧାନ ଦାସ, ଉପସଭାପତି ଚନ୍ଦନ କୁମାର ସାହୁ, ଉପଦେଷ୍ଟା ତାପସ ରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଫ୍ଲଡ୍ ଲାଇଟ୍ ତଳେ ହେଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୮ଟି ଦଳ ଭାଗ ନେଇଥିଲେ । ପ୍ରତିଯୋଗିତାକୁ ବୀରେନ୍ଦ୍ର ନାୟକ, ରବୀନ୍ଦ୍ର ସାହୁ, ବିଶ୍ବଜିତ ପ୍ରଧାନ, ରଂଜନ ସାହୁ, ପବିତ୍ର ଭଞ୍ଜ, ଲିବ୍ଲୁ ଜେନା, ସୁକାନ୍ତ ସାହୁ, କଲ୍ଲୋ କିଶୋର ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ସୁବ୍ରତ ବାରିହା, ଅର୍ଦ୍ଦେନ୍ଦୁ ବିଶ୍ବାଳ, ସ୍ନେହାଂଶୁ ସାହୁ, ସୁଜିତ ବାରିକ, ବିଭୂତି ସାହୁ ପ୍ରମୁଖ ପରିଚାଳନା କରିଥିଲେ । Advertisement
ଓଡିଶା କ୍ରିକେଟ ଆନୁକୁଲ୍ୟରେ ଅନୁଗୁଳରେ କ୍ରିକେଟ ଏକାଡେମୀ ଉଦଘାଟିତ ଅନୁଗୁଳ – ଓଡିଶା କ୍ରିକେଟ ଆନୁକୁଲ୍ୟରେ ସ୍ଥାନୀୟ କଦମ ପଡିଆ ଠାରେ ଆଜି (ସୋମବାର) କ୍ରିକେଟ ଏକାଡେମୀ ଉଦ୍ଦଘାଟିତ ହୋଇଯାଇଛି । ଏହି ଉଦ୍ଦଘାଟନୀ ଉତ୍ସବରେ ଅନୁଗୁଳ…
ଚଷା ପୁଅରୁ ଆନ୍ତର୍ଜାତୀୟ ଆଥଲେଟ୍ ଅନୁଗୁଳ – ମୁଣ୍ଡରେ ଠେକା ହାତରେ ଦ୍ବିପହରର ଖାଇବା ମୁଣି । କଳା ଛତାଟେ ଧରିଲେ ଚଳୁଥିଲା , ନହେଲେ ନାହିଁ । କରଡାଗାଡିଆଠାରୁ ବିଲର ଦୂରତା…
କଳାହାଣ୍ଡି କପ – ୧୫ ଜଣିଆ ଅନୁଗୁଳ ଦଳ ଘୋଷଣା ଅନୁଗୁଳ – କଳାହାଣ୍ଡି କପ୍ ପାଇଁ ଅନୁଗୁଳ କ୍ରିକେଟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ…