ମୁଖ୍ୟ ଖବର ଆମ ହସ୍ପିଟାଲ ଯୋଜନାରେ ସାମିଲ ଦାବିରେ ଛେଣ୍ଡିପଦା ବନ୍ଦ Angul OnlineMay 8, 2023May 8, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ କରିବା ଦାବିରେ ସୋମବାର ଛେଣ୍ଡିପଦା ବଂଦ ଡାକରା ଦିଆ ଯାଇଥିଲା । ଏହା ସହ ତହସିଲ ଓ ବ୍ଲକ କାର୍ଯ୍ୟାଳୟକୁ ବିକ୍ଷୋଭକାରୀ ମାନେ ଘେରାଉ କରିବା ସହିତ ରାଜ୍ୟ ରାଜପଥକୁ ଅବରୋଧ କରି ଥିଲେ । ବାଗଡିଆ ଓ ଛେଣ୍ଡିପଦା ଜୋନର ପ୍ରାୟ ୫୦ରୁ ଉର୍ଦ୍ଧ ଗ୍ରାମରୁ ଗ୍ରାମ ସଭାପତିଙ୍କ ସମେତ ୫ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରଶାସନ ଓ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାଏ କାର୍ଡ ଧରି ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ଠାରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତ ସୋମବାର ପ୍ରାୟ ୨ହଜାରରୁ ଅଧିକ ମହିଳା ଏକ ବିରାଟ ଶୋଭାଯାତ୍ରାରେ ଆସି ତହସିଲ ଘେରାଉ କରିବା ସହିତ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଅନୁପସ୍ଥିତିରେ ବିଡିଓ ତ୍ରିବିକ୍ରମ କୁମରାଙ୍କୁ ଦାବିପତ୍ର ଦେବା ସହିତ ୫ଦିନ ମଧ୍ୟରେ ଦାବି ପୁରଣ କରାନଗଲେ ସୋମବାର ଅର୍ଥନୈତିକ ଅବରୋଧ କରିବେ ବୋଲି କଡା ଚେତାବନୀ ଦେଇଥିଲେ । ଏନେଇ ପ୍ରଶାସନଙ୍କ ଠାରେ ଅଂଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶୃତି କିମ୍ବା ପଦକ୍ଷେପ ନିଆଯାଉନଥିବାରୁ ୨ଟି ଜୋନର ପ୍ରାୟ ୫ହଜାରରୁ ଅଧିକ ଅଂଚଳବାସୀ ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇ ଅର୍ଥନୈତିକ ଅବରୋଧ କରିଥିଲେ । ଆଜିର ଏହି ଅର୍ଥନୈତିକ ଅବରୋଧରେ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟରାଜପଥରେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଏପରିକି ଦୁଇଟି ଜୋନ ଅଂଚଳରେ ଦୋକାନ ବଜାର ବନ୍ଦହେବା ସହ ଜରୁରୀକାଳିନ ବ୍ୟତିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦରହିଥିଲା । ପରେ ତହସିଲଦାର ଧାରଣାକାରୀଙ୍କ ସହ ଆଲୋଚନା କରି ଜିଲାପାଳ କହିଛନ୍ତି ଆସନ୍ତା କାଲି ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କ ନିକଟକୁ ଯାଇ ଆଲୋଚନା କରାଯିବ ବୋଲି କହିବାରୁ ବିକ୍ଷୋଭକାରୀ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । ପରେ ଅପରାହ୍ନରେ ପୁଣି ଥରେ ତହସିଲଦାର ବିକ୍ଷୋଭକାରୀଙ୍କ ନିକଟକୁ ଆସି ଏହା ପ୍ରଶାସନର କାର୍ଯ୍ୟ ନୁହେଁ କେବଳ ରାଜ୍ୟସରକାର ଏହା ଉପରେ ନିଷ୍ପତି କରିବେ । ଏପରିକି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଟିଏ ଉତମ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ହେଲଥ ଏଣ୍ଡ ଫ୍ୟାମେିଲି ୱେଲଫେୟାର ପକ୍ଷରୁ ୯ କୋଟି ୯୪ ଲକ୍ଷ , ସିଏଚସି ଟ୍ରୋମା ପକ୍ଷରୁ ୮ କୋଟି ଓ ଓପିଡି/ଆଇପିଡି ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇଛି । ସେପଟେ କୋଶଳା ସ୍ୱାସ୍ଥ୍ଯ କେଂଦ୍ର ଉପରେ ଚାଲିସ ତି ପଂଚାୟତବାସୀ ନିର୍ଭର କରୁଛଂତି । ଏଣୁ ଆମ ହସ୍ପିଟାଲ କୋଶଳାରେ ହିଁ ହେଉ ଦାବି କରି ରାମଚଣ୍ଡି ମଂଦିର ପ୍ରାଗଣରେ ଶତାଧିକ ଲୋକ ବୈଠକ କରି ଜିଲ୍ଲାପାଳ ଓ ସ୍ୱାସ୍ଥ୍ଯ ମଂତ୍ରିନ୍କୁ ଚିଠି ଲେଖିଥିବା ଜଣା ପଡିଛି । Advertisement
୧୦ ଲକ୍ଷ ଟଙ୍କା ଚଳୁ – ଜେ.ଇ. ଓ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ନାମରେ ଥାନାରେ ଏତଲା ଦେଲେ ବିଡିଓ ଅନୁଗୁଳ – ରାସ୍ତା ନିର୍ମାଣରେ ମହା ଘୋଟଲା । ରାସ୍ତା କାମ ନ କରି ୧୦ ଲକ୍ଷ ଟଙ୍କା ବିଲ କରି ଉଠାଇ ନେଲେ । ଏହି…
୧୧୬୩ ଟି ମତଦାନ କେନ୍ଦ୍ର ମଧ୍ୟରୁ ୮୭ ଟି ଅତିସମ୍ବେଦନଶୀଳ ମତଦାନ କେନ୍ଦ୍ର ଅନୁଗୁଳ – ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ, ଅନୁଗୁଳ ଜିଲ୍ଲାରେ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ମତଦାନ ନିମନ୍ତେ, ଜିଲ୍ଲା ପ୍ରସାଶନର ସମସ୍ତ…
ଦୁର୍ଘଟଣାରେ ଫାର୍ମାସିଷ୍ଟ ମୃତ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ପିତାବଳି ଛକଠାରେ ପିକଅପ ଓ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୋଟରସାଇକେଲ ଚାଳକଙ୍କର…