ବାଣିଜ୍ୟ ସରିଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ -ଅରବିନ୍ଦ ଭୂତିଆ ସଭାପତି Angul OnlineMay 21, 2023May 21, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ ପ୍ରକ୍ରିୟା ଗତକାଲି ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା । ମୋଟ ଭୋଟର ତାଲିକା ୧,୨୩୬ ରହିଥିବା ବେଳେ ୯୭୭ ଜଣ ଭୋଟ ଦେଇଥିଲେ । ତେବେ ଗତକାଲି ନୀର୍ବାଚନ ପ୍ରକ୍ରିୟା ସରିଥିବା ବେଳେ ଆଜି ସକାଳ ୧୦ଘଟିକାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ୮ଟାରେ ସମାପ୍ତ ହୋଇଥିଲା । ଗଣତି ପରେ ନୂତନ ଭାବେ ନିର୍ବାଚିତ ଅରବିନ୍ଦ ଭୂତିଆ ସଭାପତି , ଟୁକୁନା ସ୍ୱାଇଁ କାର୍ଯ୍ୟକାରୀ ସଭାପତି , ସମ୍ପାଦକ ଭାବେ ରତନ କୁମାର ଶତପଥୀ ନିର୍ବାଚିତ ହୋଇଥିବା ଜଣା ପଡିଛି । ତେବେ ଏହାକୁ ଆସନ୍ତାକାଲି ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯିବା। Advertisement
ଅନୁଗୁଳରେ THAR ROXX ର ବଜ଼ାର ପ୍ରବେଶ ଅନୁଗୁଳ – ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷିତ THAR ROXX ର ବଜ଼ାର ପ୍ରବେଶ ହୋଇଛି…
ହୋଣ୍ଡାର ନୂତନ ଶୋରୁମ୍ ଉଦ୍ଘାଟିତ ଅନୁଗୁଳ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ମମତା ମୋଟର୍ସ ଉଦ୍ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର…
ଜେଏସପିଏଲ – ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା ଅନୁଗୁଳ – ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ସର୍ବାଧିକ ଜିଏସଟି ପ୍ରଦାନକାରୀ…