ମୁଖ୍ୟ ଖବର ଛୁଆ ହାତୀର ମୃତଦେହ ଠାବ Angul OnlineMay 28, 2023May 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ ଲବଙ୍ଗୀ -୧ ବିଟର ଜୁକୁବୁ ଠାରେ ଏକ ଛୁଆ ହାତୀର ମୃତଦେହ ଠାବ ହୋଇଛି । ମୃତ ଛୁଆ ହାତୀଟି ଅଣ୍ଡିରା ହୋଇଥିବା ବେଳେ ତାର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ଅନୁଗୋଳ ଡି ଏଫ ଓ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ଜୁକୁବୁ ଜଙ୍ଗଲରେ ହାତୀ ଛୁଆ ମରିଥିବାର ଖବର ବନ ବିଭାଗ ପାଇଥିଲା । ଖବର ପାଇ ବନ ବିଭାଗ ଆଜି ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀର ବ୍ୟବଚ୍ଛେଦ କରି ତଦନ୍ତ କରିଛି । ତେବେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଅନୁଗୋଳ ଡି ଏଫ ଓ ବିବେକ କୁମାର କହିଛନ୍ତି । Advertisement
କରଜ ଭାରରେ ବୁଡ଼ି ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ – ସ୍ତ୍ରୀ ମୃତ , ସ୍ଵାମୀ ଗୁରୁତର ଅନୁଗୁଳ – କରଜ ଭାରରେ ବୁଡ଼ିବା ପରେ ମାନସିକ ଭାରସାମ୍ୟ ହରାଇ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପତ୍ନୀଙ୍କ…
ହାତୀ ଆକ୍ରମଣରେ ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ମୃତ ଯୁବକ ଜଣଙ୍କ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ ।…
ଭିଜିଲାନ୍ସ ଜାଲରେ ଅମୀନ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅମୀନ। ଅନୁଗୋଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ ଲାଞ୍ଚ ନେଉଥିବା ବେଳେ ଜଣେ…