ମୁଖ୍ୟ ଖବର ପୁରୀରୁ ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା -ବାପା ପୁଅ ମୃତ, ମା ଓ ଝିଅ ଗୁରୁତର Angul OnlineMay 29, 2023May 29, 2023 ଅନୁଗୋଳ – ଜଗା ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲେ ବାପ ଓ ପୁଅ । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ହଣ୍ଡପା ଥାନା ସର୍ଗିପାଲି ଠାରେ ଏକ କୋଇଲା ବୋଝେଇ ଟ୍ରକ କାରକୁ ଧକ୍କା ଦେବା ଫଳରେ କାରରେ ଥିବା ଵାପ ପୁଅଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଓ ଝିଅ ଗୁରୁତର ଆହତ ହୋଇଥିଲେ । ସୂଚନା ଅନୁସାରେ ବେଲପାହାଡ଼ ଅଞ୍ଚଳର ପ୍ରଭାସ ବୋଷ , ତାଙ୍କ ୨୨ ବର୍ଷୀୟ ପୁଅ ପ୍ରତ୍ୟୁଷ ବୋଷ ,ମା ସଂଗୀତା ବୋଷ ଓ ଝିଅ ସ୍ୱସ୍ତିକା ବୋଷ ପୁରୀ ଜଗନ୍ନାଥ ଦର୍ଶନ କରି ଆଜି ଘରକୁ ଫେରୁଥିଲେ । ତେବେ ଜାତୀୟ ରାଜପଥରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାପ-ପୁଅଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ହଣ୍ଡପା ପୁଲିସ ପହଞ୍ଚି ତଦନ୍ତ କରୁଛି । Advertisement
ରବିବାରଠାରୁ ବାଲି , ପଥର , ମୋରମ ପରିବହନ ବନ୍ଦ ରହିବ ଅନୁଗୁଳ – ଆସନ୍ତାକାଲି(୧୦/୧୧/୨୪) ଠାରୁ ଅନୁଗୁଳ ଟିପର ଓ ହାଇୱା ମାଲିକ ସଂଘ ପକ୍ଷରୁ ବାଲି, ଗୋଡ଼ି, ମାଟି, ମୋରମ୍ ଇତ୍ୟାଦି ଖଣିଜ ଦ୍ରବ୍ୟ ପରିବହନ ଅନିର୍ଦିଶ୍ଟ…
ଜଳିଗଲା ଚଳନ୍ତା ବସ ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ…
ମୋବାଇଲରେ ଗପୁଥିବା ବେଳେ ଟଳି ପଡିଲେ ମହିଳା ପାଲଲହଡା – ମୃତ୍ୟୁ ଏମିତି ବି ଆସେ । ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା ମୋବାଇଲରେ ବସି କଥା ହେଉଥିବା ବେଳେ…