ମୁଖ୍ୟ ଖବର ବ୍ୟାଙ୍କ ଭିତରୁ ଗ୍ରାହକଙ୍କ ଅଢେଇ ଲକ୍ଷ ଟଙ୍କା ଲୁଟି ନେଲା ଦୁର୍ବୃତ୍ତ Angul OnlineMay 29, 2023May 29, 2023 ଅନୁଗୋଳ – ଅନୁଗୋଳ ଏସବିଆଇର ମୁଖ୍ୟ ଶାଖା ଭିତରୁ ଗ୍ରାହକଙ୍କ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ । ସୂଚନା ଅନୁସାରେ ପୁରୀ ଅଞ୍ଚଳର ସ୍ନେହାଶିଷ ପଟନାୟକ ନାମକ ଜଣେ ବ୍ୟକ୍ତି ଅନୁଗୋଳ ପ୍ରଗତିନଗର ଅଞ୍ଚଳରେ ଏକ ପ୍ଲେ ସ୍କୁଲ କରିଛନ୍ତି । ଆଜି ଅପରାହ୍ନ ପ୍ରାୟ ୨ ଟା ବେଳେ ସେ ସ୍କୁଲର ୨ ଲକ୍ଷ ୫୦ ହଜାର ଟଙ୍କା ଜମା କରିବାକୁ ଅନୁଗୋଳ ଥାନା ଛକ ନିକଟରେ ଥିବା ଏସବିଆଇର ମୁଖ୍ୟ ଶାଖାକୁ ଆସିଥିଲେ । ସେ କ୍ୟାସ କାଉଣ୍ଟରରେ ଛିଡା ହୋଇ ପାଖରେ ଟଙ୍କା ବ୍ୟାଗ ରଖି ଦେଇ ଫର୍ମ ଫିଲଅପ କରୁଥିଲେ । ତେବେ ସେ ଫର୍ମ ଫିଲଅପ କରୁଥିବା ବେଳେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲା । ଫର୍ମ ଫିଲଅପ ପରେ ସ୍ନେହାଶିଷ ଦେଖିଲା ବେଳକୁ ଟଙ୍କା ବ୍ୟାଗ ନଥିବା ଦେଖି ଖୋଜାଖୋଜି କରିଥିଲେ । ନ ପାଇବା ପରେ ସେ ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅନୁଗୋଳ ପୁଲିସ ସି ସି ଟିଭି ଆଧାରରେ ତଦନ୍ତ କରୁଛି । Advertisement
ଅନୁଗୁଳର ଦେବାଶିଷଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ…
ଡ୍ରଗ୍ସ ମୁକ୍ତ ଅନୁଗୁଳ ଉପରେ ନୁଆଁ ଏସ.ପି.ଙ୍କ ଗୁରୁତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ଏସ.ପି. ଭାବେ ଯୋଗ ଦେଇଛନ୍ତି ଶୁଧାଂଶୁ ଶେଖର ମିଶ୍ର । ଏହାପରେ ଜିଲ୍ଲାର ବରିଷ୍ଠ…
ମଣିଷପଣିଆ ଦେଖାଇଲେ ଆରଟିଓ ଜରପଡା – ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି ଦେବଗଡ଼…