ଆଞ୍ଚଳିକ ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ Angul OnlineMay 30, 2023May 30, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ତେବେ ଅନୁଗୋଳ ସହର ନିକଟସ୍ଥ କରବେରେଣି ଗାଁ ନିକଟରେ ଯାଇଥିବା ରେଳପଥରେ ଗଛ ଡାଳ ଭାଙ୍ଗି ପଡିବାରୁ ଅନେକ ସମୟ ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁସାରେ ଗାଁର ହାଡ଼ିବନ୍ଧୁ ପ୍ରଧାନଙ୍କ ଏକ ଶାଗୁଆନ ଗଛ ଏହି ରେଳପଥ ଉପରେ ଭାଙ୍ଗି ପଡିଥିଲା । ସେହି ଡାଳକୁ ରେଳ ବିଭାଗ କର୍ମଚାରୀ ଉଠାଇବାକୁ ଯିବା ବେଳେ ସେ ତାହା କରାଇ ଦେଇ ନଥିଲେ । ତାଙ୍କ ଅଭିଯୋଗ ହେଲା ଯେ ରେଳପଥ ପାଇଁ ତାଙ୍କ ଜାଗା ଯାଇଥିବା ବେଳେ ଏହା ବାବଦକୁ ଯେଉଁ କ୍ଷତିପୂରଣ ରାଶି ମିଳିବା କଥା ତାହା ଆଜିଯାଏ ତାଙ୍କୁ ମିଳି ନାହିଁ । ଏଥିପାଇଁ ସେ ଆଜି ରେଳପଥରେ ଗଛ ପଡିବା ପରେ ଏହାର ସୁଯୋଗ ନେଇ ନିଜ ପ୍ରାପ୍ୟ ଦେବାକୁ ଜିଦ ଧରି ବସିଥିଲେ । ପରେ ରେଳ କର୍ମଚାରୀ ଓ ଆରପିଏଫ କର୍ମଚାରୀ ଆସି ତାଙ୍କୁ ବୁଝାସୁଝା କରିଥିଲେ । ଖୁବଶୀଘ୍ର ତାଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ । ଏହା ପରେ ରେଳପଥରୁ ଗଛ ଉଠାଯିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା । Advertisement
ଟ୍ରାକ୍ଟର ଓଲଟି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ବତିଷ୍ଠ ପଟନାୟକ…
ଅଣ ସୀକୃତି ପ୍ରାପ୍ତ କୋଠା ଚିହ୍ନଟ ପାଇଁ ଟାମଡାରେ ଗଠନ ହେଲା ଟିମ – ଚିହ୍ନଟ ନକଲେ ଦରମା ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା…
ଦୁଇ ଅଜଗର ସାପ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ , ବଡ଼ଦାଣ୍ଡ ସାହି ଗାଁ ରାସ୍ତାରେ ୧୫ଫୁଟ୍ ଲମ୍ବ ଅଜଗର ସାପ ରାସ୍ତା ପାରି ହେଉଥିଲା । ଏହାକୁ ଦେଖି…