ରାଜନୀତି ଦିନିକିଆ ତାଳଚେର ଗସ୍ତରେ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ Angul OnlineJune 1, 2023June 1, 2023 ତାଳଚେର – ଦିନିକିଆ ତାଳଚେର ଗସ୍ତରେ ଆସିଛନ୍ତି ଓଡିଶା ସରକାରଙ୍କର ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।ଏହି ପରିପ୍ରେକ୍ଷୀରେ ତାଳଚେର ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ମିଶନ ଶକ୍ତି ଗୃହକୁ ଉଦଘାଟନ କରିଛନ୍ତି । ପରେ ତାଳଚେର ଦେଉଳବେଡା ଠାରେ ହୋଇଥିବା ଏକ ସାଧାରଣ ସଭାରେ ଯୋଗ ଦେଇ ମିଶନ ଶକ୍ତି ଦ୍ୱାରା ମହିଳା ମାନେ କିପରି ଅଧିକରୁ ଅଧିକ ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଦା ସର୍ବଦା ତତ୍ପର ରହିଛନ୍ତି ବୋଲି କହିବା ସହ ତାଳଚେର ଅଞ୍ଚଳରେ ରହିଥିବା ସମସ୍ତ ମିଶନ ଶକ୍ତିର ମା ମାନେ କିଭଳି ଆଗାମୀ ଦିନରେ ଆଗକୁ ବଢ଼ିପାରିବେ ସେ ନେଇ ବିଭିନ୍ନ ଯୋଜନା ହାତକୁ ନିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦଙ୍କ ସମେତ ତାଳଚେର ବିଧାୟକ ଓ ମିଶନ ଶକ୍ତିର ବହୁ ମହିଳା ଉପସ୍ଥିତ ଥିଲେ । ପରେ କଣିହାଁ ଠାରେ ଥିବା ଏକ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ କରିଥିଲେ । Advertisement
କଂଗ୍ରେସ ଜଣେ ଉଦୀୟମାନ ଛାତ୍ର ନେତାଙ୍କୁ ହରାଇଲା ଅନୁଗୁଳ – ଗତକାଲି ବିହାର ପାଟନାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଅନୁଗୁଳ କଂଗ୍ରେସର ଜଣେ ଉଦୀୟମାନ ଛାତ୍ର ନେତା ଫାରୁକଙ୍କ ମୃତ୍ୟୁ ହୋଇଛି । ସେ ବିଗତ…
ଜନ୍ମମାଟି ପାଇଁ କ’ଣ କରିଛ ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ମହେଶ ସାହୁ ଭୁବନେଶ୍ୱର – ଅନୁଗୋଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବା ବେଳେ ଢେଙ୍କାନାଳ ଓ ଅନୁଗୋଳର…
କେନ୍ଦ୍ର ଅବହେଳା ନେଇ ଦୁଇ ଘଣ୍ଟା ରାଜପଥ ଅବରୋଧ କଲା ବିଜେଡି ଅନୁଗୁଳ – ରାଜସ୍ୱ କ୍ଷେତ୍ରରେ ଅନୁଗୁଳ ଜିଲ୍ଲାରୁ କେନ୍ଦ୍ର ବିପୁଳ ଲାଭ କରୁଛି । କିନ୍ତୁ ସବୁବେଳେ ଜିଲ୍ଲାକୁ ଅବହେଳା କରି ଆସୁଛି । ମୁଖ୍ୟତଃ ଜିଲ୍ଲା…