ମୁଖ୍ୟ ଖବର ହାତୀକୁ ଟର୍ଚ୍ଚ ପକାଇବାରୁ ଯୁବକଙ୍କୁ ଦଳିଦେଲା ହାତୀ Angul OnlineJune 16, 2023June 16, 2023 ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ପେଚାମୁଣ୍ଡି ଗ୍ରାମରେ ଘରେ ଶୋଇଥିବା ବେଳେ ପବିତ୍ର ନାଏକ ନାମକ ଜଣେ ବିବାହିତ ଯୁବକକୁ ବଣୁଆ ଦନ୍ତା ହାତୀ ଟାଣିନେଇ ଦଳି ମାରି ଦେଇଥବା ଜଣାଯାଇଛି । ସୁଚନା ଅନୁସାରେ ରାତି ପ୍ରାୟ ୩ଟା ବେଳେ ହାତୀ ଘର ସମ୍ମୁଖରେ ଥିବା ଏକ ପଣସ ଗଛରୁ ପଣସ ଖାଉଥିଲା । ଏତିକି ବେଳେ ପବିତ୍ର ଉଠିପଡ଼ି ହାତୀ ଉପରେ ଟର୍ଚ୍ଚ ଲାଇଟ ପକେଇ ଥିଲେ । ଟର୍ଚ୍ଚ ଲାଇଟ ହାତୀ ଉପରେ ପଡିବା ପରେ ବଣୁଆ ହାତୀଟି ହଠାତ ଦୌଡି ଆସି ପବିତ୍ରଙ୍କୁ ଟାଣିନେଇ ମାରିଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ପବିତ୍ରଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ଓ ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । Advertisement
ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନା…
ଲୋକାର୍ପିତ ହେଲା ବ୍ଲାକ ଡାଇମଣ୍ଡ ଅନୁଗୁଳ – ଅନେକ ଦିନର ଅପେକ୍ଷା ପରେ ଅନୁଗୁଳର ବ୍ଲାକ ଡାଇମଣ୍ଡ ଆଜି ଲୋକାର୍ପିତ ହୋଇ ଯାଇଛି । ଆଜି ମୁଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ତାଳଚେର ଠାରେ…
ଚୋରି ଆଉ ହଜିଥିବା ମୋବାଇଲ ବାଣ୍ଟିଲା ପୁଲିସ ଅନୁଗୁଳ – ହାଟକୁ ଯାଇଥିବା ବେଳେ ମୋବାଇଲ ଚୋରି ହୋଇ ଯାଇଥିଲା । ରାସ୍ତାରେ ଗଲାବେଳେ ମୋବାଇଲ ପଡି ଯାଇଥିଲା । ଏଭକି ଅନେକ ଅଭିଯୋଗ ବିଭିନ୍ନ…