ମୁଖ୍ୟ ଖବର ଅଙ୍ଗନୱାଡି କେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛାତ୍ରୀ ଓ ଦିଦି ଆହତ Angul OnlineJuly 5, 2023July 5, 2023 ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତ ଝିଲ୍ଲିମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟି ଯାଇଛି । ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ଖାଉଥିବା ବେଳେ ଛାତରୁ ପ୍ଲାଷ୍ଟର ଖସିଛି । ଛାତରୁ ପ୍ଲାଷ୍ଟର ଖସିବା ଫଳରେ ୫ ଜଣ ଛାତ୍ରଛାତ୍ରୀ ଆହତ ହେବା ସହିତ ଅଙ୍ଗନୱାଡି କେନ୍ଦ୍ରର ଜଣେ ଦିଦି ମଧ୍ୟ ଆହତ ହୋଇଛନ୍ତି । ଆହତ ହେବା ପରେ ସମସ୍ତ ଆହତଙ୍କୁ ଠାକୁରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ଏହି ଘଟଣା ଘଟିବା ସମୟରେ ଅଙ୍ଗନୱାଡି କେନ୍ଦ୍ରରେ ପ୍ରାୟ ୩୦ ଜଣ ପିଲା ଉପସ୍ଥିତ ଥିଲେ । Advertisement
ବାଜିବନି ଡିଜେ ଫୁଟିବନି ବାଣ ଅନୁଗୁଳ – ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି…
ଶୈଳଶ୍ରୀକ୍ଷେତ୍ର ଆୟ ୪୧ ଲକ୍ଷ – ବ୍ୟୟ ୪୦ ଲକ୍ଷ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…
ଟେଷ୍ଟିଂ ପାଇଁ ହେଉଛି ଭିଡ଼ – ଲାଇନ ଲଗାଇଲା ଆଧାର କାର୍ଡ ଅନୁଗୁଳ – ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ଟେଷ୍ଟିଂ ଉପରେ ଯେତିକି ଗୁରୁତ୍ୱ ଦିଆ ଯାଉଛି ଭ୍ୟାକ୍ସିନେସନ ବା ଟିକାକରଣ ଉପରେ…