ଅପରାଧ କୋଇଲା ଚୋରା ଚାଲାଣ ଅଭିଯୋଗରେ ୫ ଜଣ ଗିରଫ Angul OnlineJuly 13, 2023July 13, 2023 ଅନୁଗୋଳ – ଅନୁଗୋଳ ସଦର ଥାନା ପୁଲିସ ଗୁରୁବାର କୋଇଲା ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଛେଳିଆପଡ଼ା ଛକଠାରେ ଭୋର ୫ଟା ସମୟରେ ଚକି ବସିଥିବା ବେଳେ ଏକ ବଡ଼ ଅଟୋ(ଓଡି୦୬ଇ- ୩୭୪୬)ରେ ପ୍ରାୟ ଅଢ଼େଇ ଟନ୍ ଚୋରା କୋଇଲା ବୋଝେଇକରି ଅନୁଗୁଳ ଆଡ଼ୁ ହିନ୍ଦୋଳ ଆଡ଼କୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ରାସ୍ତାରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଜଣା ପଡ଼ିଲା ଯେ ଅଟୋରେ ଚୋରା କୋଇଲା ବୋଝେଇ ହୋଇଛି। ଅଟୋ ଚାଳକ ହିନ୍ଦୋଳ ଥାନା ଅନ୍ତର୍ଗତ ବାଙ୍ଗୁ ଗାଁର ବାବୁଲା ସାହୁ(୩୨) ଓ ଖଲାସୀ ବାଲିମି ଥାନା ଅନ୍ତର୍ଗତ ଠକର ଗାଁର ବାପି କୁମାର ମାଝୀ(୪୦) ଅଟୋ ମାଲିକ ବାଲିମି ଗାଁର ନୀଳକଣ୍ଠ ଦାସଙ୍କ ନିର୍ଦ୍ଦେଶରେ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବସନ୍ତ ସାହୁ(୫୫)ଙ୍କଠାରୁ ଚୋରା କୋଇଲା ନେଇ ଯାଉଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଚାଳକ ଓ ଖଲାସୀଙ୍କ ସହ ମାଲିକ ନୀଳକଣ୍ଠ ଓ ଚୋରା କୋଇଲା ଯୋଗାଣକାରୀ ବସନ୍ତଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି। ସେହିଭଳି ପୁଲିସ ନତଡ଼ା ଗାଁଠାରେ ଏକ ବାଇକ୍(ଓଡି୩୫ଡି- ୮୮୬୩)ରେ ପ୍ରାୟ ୩ କ୍ବିଣ୍ଟାଲ ଚୋରା କୋଇଲା ନେଇ ଯାଉଥିବା ଅଭିଯୋଗରେ ଗୋପାଳପ୍ରସାଦ ଗାଁର ବିଭୁ ଗୋଚ୍ଛାୟତ(୨୬)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। Advertisement
ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ କାରାଦଣ୍ଡ ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅନୁଗୁଳ ଜିଲ୍ଲା ଖମାର ଥାନା ପରମାନନ୍ଦପୁର ଗାଁର ଜଣ୍ଡକା ଓରଫ ରାମ ପୂର୍ତ୍ତି(୫୭)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି…
ଜୁଆ ଆଡାରେ ଚଢାଉ – ଜଣେ ଶିକ୍ଷକଙ୍କ ସମେତ ୫ ଗିରଫ ଛେଣ୍ଡିପଦା –(ANGUL ONLINE)– ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ସୋମବାର ରାତିରେ ଏକ ଜୁଆ ଆଡା ଉପରେ ଛେଣ୍ଡିପଦା ପୁଲିସ ଚଢାଉ କରି ଜଣେ…
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…