ଅପରାଧ ଛିନତାଇ ଅଭିଯୋଗରେ ୨ ଗିରଫ Angul OnlineJuly 15, 2023July 15, 2023 ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ ଅଭିଯୋଗରେ ପୁଲିସ ଶନିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫକରିଛି। ସୂଚନା ଯେ, ଗତ ୭ ତାରିଖ ଅପରାହ୍ନରେ ଗାଁର ସୁକାନ୍ତି ଦେହୁରୀ(୬୫) ନାମକ ଜଣେ ମହିଳା ତାଙ୍କ ଘର ପଛପାଖ ବଗିଚାରେ ବୁଲୁଥିଲେ। ତାଙ୍କର ସ୍ମରଣ ଶକ୍ତି ନାହିଁ। ଅନେକ ସମୟରେ ବହୁତ କଥା ତାଙ୍କର ମନେ ରୁହେ ନାହିଁ। ଏହାର ସୁଯୋଗ ନେଇ ତାଙ୍କ ଘରେ ନିୟମିତ କାମ କରୁଥିବା ଶ୍ରମିକ କୁମଣ୍ଡ ଭଣ୍ଡୁବରର ସୗମ୍ୟଜିତ ପ୍ରଧାନ ଓରଫ ଲଣ୍ଡା(୨୭) ଓ ତାଙ୍କ ସାଙ୍ଗ ହେମୁସୁରପଡ଼ାର ଶିଶିର ଭୋଇ ଓରଫ ପପୁ(୨୫) ସୁକାନ୍ତିଙ୍କ ବେକରେ ଥିବା ଏକ ସୁନା ଚେନକୁ ଛିଣ୍ଡାଇ ନେଇଥିଲେ। ସୁକାନ୍ତି ପାଟି କରିଥିଲେ। ପରିବାର ଲୋକେ ଆସିବାରୁ କିଛି ମନେନଥିଲ। ପରେ ତାଙ୍କର ମନେପଡ଼ିବାରୁ ଲଣ୍ଡା ତାଙ୍କ ସୁନା ଚେନ ଛିଣ୍ଡାଇ ନେଇଥିବା କହିଥିଲେ। ଏହା ଜାଣିବାପରେ ବୋହୁ ଲକ୍ଷ୍ମୀପ୍ରିୟା ଦେହୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଲଣ୍ଡା ଓ ପପୁଙ୍କୁ ଗିରଫକରି ସେମାନଙ୍କଠାରୁ ସୁନା ଚେନକୁ ଉଦ୍ଧାର କରିଛି । ୨ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି। Advertisement
ଡାଲି ବ୍ଯବସାୟକୁ ନେଇ ଖଣ୍ଡାରେ ଆକ୍ରମଣ – ବ୍ଯବସାୟୀ ଗୁରୁତର ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ବଣିଆବାହାଳରେ ଦୁର୍ବୃତ୍ତର ଖଣ୍ଡା ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଜଣଙ୍କ ହୁଲୁରିସିଂହା ଗ୍ରାମରେ ଭଡ଼ାରେ…
ପ୍ରେମିକା ସାମନାରେ ପ୍ରେମିକକୁ ପିଟିପିଟି ହତ୍ୟା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ସାନଗୋବିନ୍ଦପୁର ଗ୍ରାମର ଶବର ସାହିରେ ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା କରା ଯାଇଛି l…
ଜୟ ଦୁର୍ଗା କ୍ଲବ ପଛ ପାର୍ଶ୍ଵ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଅମଲାପଡ଼ା ସ୍ଥିତ ଦୁର୍ଗାମଣ୍ଡପ ପଛପାର୍ଶ୍ବ ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ତୁରଙ୍ଗ ଗ୍ରାମର କୀର୍ତ୍ତନ…