ଅପରାଧ ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ଧରିଲା ଅବକାରୀ ବିଭାଗ Angul OnlineJuly 19, 2023July 19, 2023 ଅନୁଗୋଳ – ଅନୁଗୋଳ ଥାନା ବୃନ୍ଦାବନ ହୋଟେଲ ନିକଟରୁ ଆଜି ଏକ ସ୍କୁଟିରେ ୨୧ କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ଦୁଇ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ତାଳମୂଳ ଗାଁର ଲୋଚନ ସାହୁ (୬୦) ଓ ସୁବ୍ରତ ସାହୁ (୪୦) ନାମକ ଦୁଇଜଣ ବ୍ୟକ୍ତି ଏକ ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଯାଉଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଅବକାରୀ ବିଭାଗ ସୂଚନା ଅନୁସାରେ ଜାତୀୟ ରାଜପଥ ୫୫ ରେ ଥିବା ବୃନ୍ଦାବନ ହୋଟେଲ ନିକଟରେ ସକାଳ ପ୍ରାୟ ୭.୩୦ ବେଳେ ଉଭୟଙ୍କୁ ଅଟକାଇ ଜାଞ୍ଚ କରିଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୨୧ କେଜି ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କା ହେବ । ଉଭୟଙ୍କ ନିକଟରୁ ଗଞ୍ଜେଇ ଜବତ ପରେ ସଦର ଅବକାରୀ ଥାନାରେ ମାମଲା ରୁଜ୍ଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ମହିଳାଙ୍କୁ ଠକି ଜଣେ ଗିରଫ ଅନୁଗୁଳ – ଜଣେ ମହିଳାଙ୍କ ଠାରୁ ଟଙ୍କା ଠକି ନେବା ଅଭୋଯୋଗରେ ଅନୁଗୁଳ ପୁଲିସ ଉପେନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…
ବାର୍ହା ଶିକାର କରିବାକୁ ନିଜେ ଶିକାର ହୋଇଗଲେ ଶିକାରୀ ଆଠମଲ୍ଲିକ – ବାର୍ହା ଶିକାର କରିବାକୁ ଯାଇ ପ୍ରାଣ ହରାଇଲେ ଶିକାରୀ । ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର କୁରୁମଟାପ ଜଙ୍ଗଲ ଏଭଳି ଘଟଣା ଘଟିଛି ।…
ଚାକିରି ଲୋଭ ଦେଖାଇ କାର ଭିତରେ ମହିଳାଙ୍କୁ ଅସଦାଚରଣ ଅନୁଗୁଳ – ଚାକିରି ଲୋଭ ଦେଖାଇ କାର୍ ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । କାର ଭିତରୁ କୌଶଳ କ୍ରମେ ଖସି ଆସି ଥାନାର ଦ୍ୱାରସ୍ଥ ହେଲେ…