ଅପରାଧ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ସାଇବର ଲୁଟର ଶିକାର Angul OnlineJuly 20, 2023July 20, 2023 ଅନୁଗୋଳ – ଅନୁଗୋଳ ସହରରେ ରହୁଥିବା ଜଣେ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ଓଏଲ୍ଏକ୍ସ ୱେବ୍ସାଇଟ୍ରେ ଘର ଭଡ଼ା ପାଇଁ ବିଜ୍ଞାପନ ଦେଇ ସାଇବର ଲୁଟର ଶିକାର ହୋଇଛନ୍ତି । ସାଇବର ଠକ ତାଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟ୍ରୁ ମୋଟ୍ ଏକ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛି । ଅନୁଗୋଳ ଥାନାରେ ଏନେଇ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ , ଅବସରପ୍ରାପ୍ତ ଯନ୍ତ୍ରୀ ଜଣଙ୍କ ଅନୁଗୋଳ ଥାନା ଦୁର୍ଗାବିହାର ଅଞ୍ଚଳରେ ଘର କରି ରୁହନ୍ତି । ତାଙ୍କର ଏକ ଦୁଇ ବଖରା ବିଶିଷ୍ଟ ଘରକୁ ଭଡ଼ାରେ ଦେବା ପାଇଁ ଓଏଲ୍ଏକ୍ସରେ ସେ ବିଜ୍ଞାପନ ଦେଇଥିଲେ । ଏହି ବିଜ୍ଞାପନ ଦେଖି ସାଇବର୍ ଠକ ନିଜକୁ ଆର୍ମି ଅଫିସର କହି ଯନ୍ତ୍ରୀଙ୍କୁ ଫୋନ୍ କରିଥିଲା । ସେ କହିଥିଲା, ୨୦ ତାରିଖରୁ ତାଙ୍କୁ ଅନୁଗୋଳରେ ରହିବାର ଅଛି। ଅଗ୍ରିମ ଦେଇ ଘର ବୁକ୍ କରିବାକୁ ଚାହୁଁଛି । ଏ ସମ୍ପର୍କରେ ଯନ୍ତ୍ରୀଙ୍କ ସହିତ ବମ୍ବେରେ ଚାକିରି କରିଥିବା ତାଙ୍କ ପୁଅ ସହିତ ବି ଠକ କଥା ହୋଇଥିଲା । ଅଗ୍ରିମ ଭଡ଼ା ଦେବା ଆଗରୁ ଠକ ଆର୍ମିର ନିୟମ କାନୁନ୍ ବତାଇଥିଲା । କହିଥିଲା, ଏ ଭଡ଼ା ଟଙ୍କା ଆର୍ମି ବହନ କରିବ। କିନ୍ତୁ, ଆଗୁଆ ଛଅ ମାସର ଘରଭଡ଼ା ପୈଠ କରିବାକୁ ପଡ଼ିବ । ତା ପରେ ଆର୍ମି ଆକାଉଣ୍ଟ୍ରୁ ଛଅ ମାସର ଅଗ୍ରିମ ଟଙ୍କା ସହିତ ଦୁଇ ମାସର ଘର ଭଡ଼ା ବି ପୈଠ କରାଯିବ ବୋଲି ଠକ କହିଥିଲା । ଠକ କଥାରେ ଯନ୍ତ୍ରୀ ଜଣକ ରାଜି ହୋଇଥିଲେ । ପ୍ରଥମେ ସ୍ତ୍ରୀଙ୍କ ଆକାଉଣ୍ଟ୍ରୁ ଛଅ ମାସର ଭଡ଼ା ବାବଦକୁ ଆଗୁଆ ୪୮ହଜାର ଟଙ୍କା ପଠାଇ ଦେଲେ । ଥରେ ନୁହେଁ, ଦୁଇ ଥରରେ ମୋଟ୍ ୯୬ହଜାର ଟଙ୍କା ଦେଲେ। କିନ୍ତୁ, ଟ୍ରାନ୍ଜାକ୍ସନ ଫେଲ୍ ବୋଲି ମୋବାଇଲ୍ରେ ଜଣାପଡ଼ିବାରୁ ଯନ୍ତ୍ରୀ ଜଣକ ନିଜ ଆକାଉଣ୍ଟ୍ରୁ ଟଙ୍କା ପଠାଇବା ଆରମ୍ଭ କରିଥିଲେ । ତାଙ୍କ ଆକାଉଣ୍ଟ୍ରୁ ବି ୮୪ ହଜାର ଟଙ୍କା କଟିଲା । କିନ୍ତୁ, ଯନ୍ତ୍ରୀ କିଛି ଜାଣି ପାରିଲେ ନାହିଁ । କିଛି ସମୟ ପରେ ଏହା ସାଇବର ଠକର କାରନାମା ବୋଲି ଯନ୍ତ୍ରୀ ଜଣକ ସ୍ପଷ୍ଟ ହେବା ପରେ ବ୍ୟାଙ୍କ୍ ଆକାଉଣ୍ଟ୍ ଚେକ୍ କରିଥିଲେ । ଏ ଟଙ୍କା କାନାଡ଼ା ବ୍ୟାଙ୍କ୍କୁ ଟ୍ରାନ୍ସଫର୍ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ସେ ତୁରନ୍ତ ସାଇବର ସେଲ୍କୁ ଅବଗତ କରାଇଛନ୍ତି । ଅଭିଯୋଗ ପରେ ଅନୁଗୋଳ ଥାନାରେ ଏକ ମାମଲା ରୁଜୁ ହୋଇଛି । Advertisement
ବେଆଇନ ଆଣ୍ଟିଜେନ ଟେଷ୍ଟ କରି ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ଆଣ୍ଟିଜେନ କିଟ୍ ମାଧ୍ୟମରେ ବେଆଇନ ଭାବେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି…
କାରରୁ ଗଞ୍ଜେଇ ଜବତ – ୨ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଉଦିତନଗର ଛକ ୪୯ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ପାଲଲହଡା ପୁଲିସ ଏକ…
ଲଭ , ସେକ୍ସ , ଧୋକା – ଯୁବକ ଗିରଫ ଅନୁଗୁଳ – ଯୁବତୀଙ୍କୁ ପ୍ରେମ ପରେ ଶାରୀରିକ ସଂପର୍କ । ବିବାହ ପ୍ରତିଶ୍ରୁତି ଦେଇ ୨ ବର୍ଷ ଏକାଠି ରହିବା ପରେ ଯୁବତୀଙ୍କୁ ଧୋକା ଦେଇଛି ପ୍ରେମିକ…